fbpx

୨୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏକ ପକ୍ଷୀର ପର, ଜାଣନ୍ତୁ ଏତେ ମହଙ୍ଗା ହେବାର କାରଣ…

AAKASH

ନୂଆଦିଲ୍ଲୀ: ବିଲୁପ୍ତ ହୋଇଯାଇଥିବା ନ୍ୟୁଜିଲାଣ୍ଡ୍ ହୁଆ ପକ୍ଷୀର ଏକ ପର ୨୮,୪୧୭ ଡଲାରରେ ନିଲାମ ହୋଇଛି। ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ପାଖାପାଖି ୨୩ ଲକ୍ଷ ଟଙ୍କା । ନିଲାମକାରୀ କହିଛନ୍ତି ଯେ ସେମାନେ ୩,୦୦୦ ଡଲାର ପର୍ଯ୍ୟନ୍ତ ଆଶା ରଖିଛନ୍ତି କିନ୍ତୁ ନିଲାମ ପୂର୍ବ ରେକର୍ଡ ଭାଙ୍ଗିଛି । ନ୍ୟୁଜିଲାଣ୍ଡର ଏକ ଜନଜାତି ମାଓରି ଲୋକମାନଙ୍କ ପାଇଁ ଏହି ପକ୍ଷୀ ଅତ୍ୟନ୍ତ ପବିତ୍ର ଥିଲା ।

ଏହି ଲୋକମାନେ ଏହି ପକ୍ଷୀର ପରକୁ ନିଜ ପାଗଡ଼ିରେ ଲଗାଉଥିଲେ, କିମ୍ବା ବହୁତ ଅଧିକ ଏହି ପରକୁ ଉପହାର ଭାବରେ ମଧ୍ୟ ବ୍ୟବହାର କରାଯାଉଥିଲା । ନ୍ୟୁଜିଲାଣ୍ଡ ମ୍ୟୁଜିୟମ ଅନୁଯାୟୀ ଏହି ପକ୍ଷୀକୁ ଶେଷ ଥର ପାଇଁ ୧୯୦୭ରେ ଦେଖିବାକୁ ମିଳିଥିଲା । ଦୁଇ ତିନି ଦଶନ୍ଧି ତଳେ ଏହା ଦେଖିବାକୁ ମିଳିଥିବା ନେଇ କିଛି ଅନିଶ୍ଚିତ ଖବର ସାମ୍ନାକୁ ଆସିଥିଲା ।

ଏହି ପକ୍ଷୀ ତା’ର ଡେଇଁବାର କ୍ଷମତା ଏବଂ ସୁନ୍ଦର ପର ପାଇଁ ବେଶ ଜଣାଶୁଣା ଥିଲା । ସୋମବାର ଏହି ପର ନିଲାମ କରିଥିବା କମ୍ପାନୀ କହିଛି ଯେ ଏହା ଭଲ ଅବସ୍ଥାରେ ଅଛି ଏବଂ ଏହାର କୌଣସି କ୍ଷତି ହୋଇନାହିଁ ।

Get real time updates directly on you device, subscribe now.