fbpx

ଆପଣ ବି ଖାଉ ନାହାନ୍ତି ତ Synthetic ପନିର? ଜାଣନ୍ତୁ କେମିତି ଚିହ୍ନିବେ ମାର୍କେଟରେ ମିଳୁଥିବା ନକଲି ପନିର

AAKASH

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ବିଭିନ୍ନ ଖାଦ୍ୟ ପଦାର୍ଥରେ ମିଶ୍ରଣ କରି ମାର୍କେଟକୁ ଛାଡ଼ୁଛନ୍ତି ଡୁପ୍ଲିକେଟ କମ୍ପାନୀ । ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗ ଆମ ଶରୀରକୁ ଗ୍ରାସ କରିଥାଏ । ଶରୀରରେ ଭିଟାମିନ୍, ହିମୋଗ୍ଲୋବିନ୍ ସ୍ତର କମ୍ କରିବା ସହିତ ବିଭିନ୍ନ ରୋଗର କାରଣ ପାଲଟିଥାଏ ଏହି ନକଲି ଖାଦ୍ୟ ପଦାର୍ଥ । ତେବେ ସବୁଠୁ ବଡ଼ ସମସ୍ୟା ହେଉଛି, ଗ୍ରାହକମାନେ ଅସଲି ଏବଂ ନକଲି ଜିନିଷକୁ ଚିହ୍ନି ନ ପାରି ,ହାକୁ କିଣି ଆଣିବା ସହ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି । ଏହି ରିପୋର୍ଟରେ ଆସନ୍ତୁ ଜାଣିବା କିପରି ନକଲି ପନିରକୁ ଚିହ୍ନଟ କରାଯାଇ ପାରିବ ।

ଆପଣ କେବେ ନା କେବେ ସିନ୍ଥେଟିକ୍ ପନିରର ନାଁ ଶୁଣିଥିବେ, ଏହା ଅବିକଳ ଅସଲି ପନିର ପରି ଦେଖା ଯାଇଥାଏ । ଅସଲିରେ ଭରି ରହିଥାଏ ପୋଷାକ ତତ୍ୱ ଓ ନକଲିରେ ଭରି ରହିଥାଏ, ମାରାତ୍ମକ କେମିକାଲ । କେମିକାଲ ପନିର ଠାରୁ ଆପଣ କେମିତି ଦୁରେଇ ରହିବେ ଆଜି ଆମେ ଆପଣଙ୍କୁ କହିବୁ । ଯେଉଁ ଦୋକାନୀ କେମିକାଲ ପନିର ବିକୁଥିବେ, ଆପଣ ଅତି ସହଜରେ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା, କେମିକାଲ ପନିରକୁ ଆପଣ କେମିତି ଚିହ୍ନିବେ ।

ଆପଣ ବଜାରକୁ ଯାଇ ପନିର କିଣିଥାନ୍ତି । ହେଲେ ଆପଣ ଜାଣି ନଥାନ୍ତି ଯେ, ଏହି ପନିର ଅସଲି କି ନକଲି । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ, ଯାହା ଅତି ସହଜରେ ଆପଣ ଜାଣି ପାରିବେ, ଏହି ପନିର ନକଲି ନା ଅସଲି । ଏହି ଟେକନିକ ଆପଣାଇବା ଦ୍ୱାରା, ନକଲି ପନିର ଠାରୁ ଦୁରେଇ ରହି ପାରିବେ । ତେବେ ଆମେ ଜାଣିଥାନ୍ତି ଯେ, ବିବାହ ଘର ହେଉ ଅବା ବ୍ରତ ଘର, ସବୁ ଫଙ୍କସନରେ ପନିର ବ୍ୟବହାର ହୋଇଥାଏ । ହେଲେ ନକଲି ପନିରକୁ, ଏବେ ଆପଣ ଧରିନେବେ ଚୁଟକୀରେ । ଦର୍ଶକ ବନ୍ଧୁ ଆପଣ କେବେ ନା କେବେ ସିନ୍େଥଟିକ ପନିରର ନାଁ ଶୁଣିଥିବେ, ଏହା ଅବିକଳ ଅସଲି ପନିର ପରି ଦେଖା ଯାଇଥାଏ । ଅସଲିରେ ଭରି ରହିଥାଏ ପୋଷାକ ତତ୍ୱ ଓ ନକଲିରେ ଭରି ରହିଥାଏ, ମାରାତ୍ମକ କେମିକାଲ ।

କେମିକାଲ ପନିର ଠାରୁ ଆପଣ କେମିତି ଦୁରେଇ ରହିବେ ଆଜି ଆମେ ଆପଣଙ୍କୁ କହିବୁ । ଯେଉଁ ଦୋକାନୀ କେମିକାଲ ପନିର ବିକୁଥିବେ, ଆପଣ ଅତି ସହଜରେ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା, କେମିକାଲ ପନିରକୁ ଆପଣ କେମିତି ଚିହ୍ନିବେ ।

ଆପଣ ଯେତେବେଳେ ବଜାରକୁ ଯାଇ, ଦୋକାନୀଙ୍କୁ ପନିର୍ ମାଗୁଛନ୍ତି, ଏହା ପୂର୍ବରୁ ପନିରକୁ ଟିକେ ଶୁଙ୍ଘିବାକୁ ଚେଷ୍ଠା କରନ୍ତୁ । ଯଦି ଏଥିରୁ ଖଟାଳିଆ ଦୁର୍ଗନ୍ଧ ହୋଇଥାଏ, ତାହେଲେ ଏହା ନକଲି ବୋଲି ଜାଣନ୍ତୁ ।

ଯଦି ଦୋକାନୀ ଆପଣଙ୍କୁ ସବୁଠାରୁ କମ ଟଙ୍କାରେ ପନିର୍ ଦେଉଛି, ତାହେଲେ ଏହା ଠାରୁ ଦୁରେଇ ରୁହନ୍ତୁ । କାରଣ ପନିର୍ ଗୋଟିଏ କେଜି ପିଛା, ୫ ଲିଟର୍ କ୍ଷୀର ଦରକାର ପଡିଥାଏ ।

ଦୋକାନୀଙ୍କ ଠାରୁ ଅଳ୍ପ ପନିର୍ ଆଣି ଚାଖନ୍ତୁ, ଯଦି ଏହା ରବର ପରି ଅତ୍ୟଧିକ ଚୋବାଇବାକୁ ପଡେ ତାହେଲେ ନକଲି ବୋଲି ଜାଣି ରଖନ୍ତୁ ।

ଫୁଟାଯାଇଥିବା ପନିରକୁ ପାଣିରେ ଥଣ୍ଡା ହେବାକୁ ଦିଅନ୍ତୁ, ଏହାପରେ ପାଣିରେ କିଛି ହରଡ଼ ଡାଲି ମିଶାଇ ୧୦ ମିନିଟ୍ ଛାଡି ଦିଅନ୍ତୁ । ତେବେ ପାଣି ଯଦି ନାଲି ରଙ୍ଗ ହୋଇଯାଏ, ତାହେଲେ ନକଲି ବୋଲି ଜାଣନ୍ତୁ । ଯଦି ଏହାର ରଙ୍ଗରେ କୌଣସି ପରିବର୍ତ୍ତନ ନହୁଏ, ତାହେଲେ ଏହା ଅସଲି ବୋଲି ଜାଣନ୍ତୁ । ତେବେ ଏହି ଉପାୟ କରିବା ଦ୍ୱାରା ଆପଣ ଅତି ସହଜରେ ଜାଣି ପାରିବେ, ଆପଣ ଯେଉଁ ପନିର ଖାଇବେ, ଏହା ଅସଲି କି ନକଲି ।

Get real time updates directly on you device, subscribe now.