fbpx

ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା!; ନରୱେ, ସ୍ପେନ୍ ଓ ଆୟର୍ଲାଣ୍ଡର ନିଷ୍ପତ୍ତିକୁ ସ୍ୱାଗତ କଲା ମୁସଲିମ ୱାର୍ଲ୍ଡ ଲିଗ୍

AAKASH

ନୂଆଦିଲ୍ଲୀ: ପାଲେଷ୍ଟାଇନକୁ ଏକ ରାଷ୍ଟ୍ର ଭାବେ ମାନ୍ୟତା ଦେବା ପାଇଁ ସ୍ପେନ୍, ନରୱେ ଓ ଆୟର୍ଲାଣ୍ଡର ନିଷ୍ପତ୍ତିକୁ ସ୍ୱାଗତ କରିଛି ମୁସଲିମ୍ ୱାର୍ଲ୍ଡ ଲିଗ୍ (ଏମ୍ ଡବ୍ଲ୍ୟୁଏଲ୍)। ସଂଗଠନର ମହାସଚିବ ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ୍-ଇସା ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ନିଷ୍ପତ୍ତି ପାଲେଷ୍ଟାଇନ୍ ଲୋକଙ୍କ ପରିଚୟ ଏବଂ ଏକ ଅଲଗା ରାଷ୍ଟ୍ରର ମୌଳିକ ଅଧିକାର ବିଷୟରେ ବିଶ୍ୱସ୍ତରୀୟ ସଚେତନତାରେ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ସେ ଏହାକୁ ଏକ ଦାୟିତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିବା ସହ ପାଲେଷ୍ଟାଇନ୍ ଲୋକଙ୍କ ମାନବିକ ଅଧିକାର ଓ ଆଇନଗତ ଅଧିକାର ପାଇଁ ସମାନ ପଦକ୍ଷେପ ନେବାକୁ ଅନ୍ୟ ଦେଶଗୁଡ଼ିକୁ ନିବେଦନ କରିଛନ୍ତି।

ଏହାର କିଛି ସମୟ ପୂର୍ବରୁ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍ ମଧ୍ୟ ଏକ ବିବୃତି ଜାରି କରି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲା। ନରୱେର ପ୍ରଧାନମନ୍ତ୍ରୀ ଜୋନାସ ଗାର ଷ୍ଟୋର କହିଛନ୍ତି ଯେ ତାଙ୍କ ଦେଶ ପାଲେଷ୍ଟାଇନକୁ ଏକ ରାଷ୍ଟ୍ର ଭାବରେ ସ୍ୱୀକୃତି ଦେବ। ମେ’ ୨୮ରେ ନରୱେ ପାଲେଷ୍ଟାଇନ୍କୁ ଏକ ସ୍ବାଧୀନ ଦେଶ ଭାବେ ବିଚାର କରିବ ବୋଲି ସେ କହିଛନ୍ତି। ବିଶ୍ୱାସ କରାଯାଏ ଯେ ନରୱେ ପରେ ଆୟର୍ଲାଣ୍ଡ ଏବଂ ସ୍ପେନ ମଧ୍ୟ ପାଲେଷ୍ଟାଇନକୁ ଏକ ଦେଶ ଭାବରେ ସ୍ୱୀକୃତି ଦେଇପାରିବେ ।

ଏହି ନିଷ୍ପତ୍ତିକୁ ବିରୋଧ କରି ଇସ୍ରାଏଲ ଆୟର୍ଲାଣ୍ଡ ଓ ନରୱେରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି। ନରୱେର ପ୍ରଧାନମନ୍ତ୍ରୀ ଷ୍ଟୋର କହିଛନ୍ତି ଯେ ଗାଜାରେ ଚାଲିଥିବା ଯୁଦ୍ଧ ରୁ ଏହା ସ୍ପଷ୍ଟ ହୋଇଛି ଯେ ଶାନ୍ତି ଏବଂ ସ୍ଥିରତା ହାସଲ ପାଇଁ ପାଲେଷ୍ଟାଇନ ସମସ୍ୟାର ସମାଧାନ ହେବା ଜରୁରୀ । ଇସ୍ରାଏଲ ପାଇଁ ଦୁଇ ରାଷ୍ଟ୍ରସମାଧାନ ଭଲ ବୋଲି ନରୱେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ଷ୍ଟୋର କହିଛି ଯେ ଏହି ପଦକ୍ଷେପ ଅନ୍ୟ ଦେଶମାନଙ୍କୁ ସମାନ ମାର୍ଗଅନୁସରଣ କରିବାକୁ ଏକ ଦୃଢ଼ ବାର୍ତ୍ତା ଦେବ।

Get real time updates directly on you device, subscribe now.