fbpx

(Video) ନିର୍ବାଚନ ସରିବା ପରେ ବି ଗ୍ରାମ ଗୁଡିକରେ ଥମୁନି ରାଜନୈତିକ ହିଂସା; ରାତି ଅଧରେ ଘରେ ପଶି ଏମିତି କରୁଛନ୍ତି

AAKASH

ସୋରଡା: ନିର୍ବାଚନ ସରିବା ପରେ ଗ୍ରାମ ଗୁଡିକରେ ଆରମ୍ଭ ହୋଇଛି ରାଜନୈତିକ ହିଂସା, ରାତି ଅଧରେ ଘରେ ପଶି ଏମିତି କରୁଛନ୍ତି । ଗତ ୨୦ ତାରିଖ ରେ ଗଞ୍ଜାମ ଜିଲ୍ଲା ର ଆସିକା ସଂସଦୀୟ ମଣ୍ଡଳୀ ର ସୋରଡା ନିର୍ବାଚନ ମଣ୍ଡଳୀ ରେ ଶାନ୍ତି ଶୃଙ୍ଖଳା ଭାବେ ମତଦାନ ହୋଇଛି । ପୋଲିସ ପ୍ରଶାସନର ସହଯୋଗରେ ଶାନ୍ତି ପୂର୍ଣ ଭାବେ ଲୋକମାନେ ମତ ସାବ୍ୟସ୍ତ କରିଛନ୍ତି ।

କିନ୍ତୁ ନିର୍ବାଚନ ସରିବାର ଗୋଟିଏ ଦିନ ପରେ ଗତ ମଧ୍ୟ ରାତ୍ରିରେ ସୋରଡା ଥାନା ନିକଟ ବୁଗୁଡା ଗ୍ରାମ ଓ ରେଣ୍ଟି ଗ୍ରାମରେ ବିଜେପି ଓ ବିଜେଡି ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡୋଗୋଳ ହୋଇ ବିଜେଡିର ପ୍ରଶାନ୍ତ ଗଉଡ ଓ ସୁଶାନ୍ତ ଗଉଡଙ୍କୁ ଆକ୍ରମଣ କରାଯାଇଛି । ପ୍ରଶାନ୍ତ ଗଉଡଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ସୋରଡା ମେଡିକାଲରେ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାଇ ବୁଗୁଡା ଗ୍ରାମରେ କିଛି ବିଜେପି କର୍ମୀ ଗତକାଲି ରାତ୍ରି ୧୧ ଘଣ୍ଟା ସମୟରେ ମଦ୍ୟ ପାନ କରି କିଛି ମରାଣସ୍ତ୍ର ଧରି କିଛି ଲୋକଙ୍କୁ ଭୟଭୀତ କରିବା ସହିତ କିଛି ଘରର କବାଟ ଭାଙ୍ଗି ଗାଳି ଗୁଲଜ କରି ଗ୍ରାମର ସୁଶାନ୍ତ ଗଉଡଙ୍କୁ ଆକ୍ରମଣ କରିଥିଲେ ।

ସେହିପରି ରେଣ୍ଟି ଗ୍ରାମର ପ୍ରଶାନ୍ତ ଗଉଡଙ୍କୁ ମଧ୍ୟ କିଛି ବିଜେପି କର୍ମୀ ମାରଣାସ୍ତ୍ର ରେ ମୁଣ୍ଡ ଓ ପିଠି କୁ ହାଣିଥିଲେ । ଘଟଣା ସ୍ତଳରେ ସୋରଡ଼ା ପୋଲିସ ପହଞ୍ଚି ପାଞ୍ଚ ଜଣ ବିଜେପି କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ସୂଚନା ମିଳୁଛି, ବର୍ତ୍ତମାନ ସୋରଡ଼ାରେ ବିଜେପି କର୍ମୀଙ୍କ ଏଭଳି ଆତଙ୍କରାଜକୁ ଦେଖି ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.