fbpx

BIG BREAKING…ଜୁଲାଇ ୪ରେ ବ୍ରିଟେନରେ ହେବ ସାଧାରଣ ନିର୍ବାଚନ: ଋଷି ସୁନାକ

AAKASH

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ଘୋଷଣା କରିଛନ୍ତି ଯେ ଜୁଲାଇ ୪ରେ ଦେଶରେ ସାଧାରଣ ନିର୍ବାଚନ ହେବ। “ଗତ ପାଞ୍ଚ ବର୍ଷ ଦେଶ ପାଇଁ ସବୁଠାରୁ ଆହ୍ବାନପୂର୍ଣ୍ଣ ଥିଲା। ଆଗାମୀ ଦିନରେ ମୁଁ ତୁମର ପ୍ରତ୍ୟେକ ଭୋଟ ପାଇଁ ଲଢିବି । ଆମର ଏକ ସ୍ପଷ୍ଟ ଯୋଜନା ଅଛି। ଏହି ଘୋଷଣା ପୂର୍ବରୁ ଗୋଟିଏ ପରେ ଗୋଟିଏ ବ୍ରିଟିଶ କ୍ୟାବିନେଟ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଆସନ୍ତା ସପ୍ତାହରେ ସଂସଦ ଭଙ୍ଗ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।”

ସେପଟେ ବ୍ରିଟେନର ଶାସକ କଞ୍ଜରଭେଟିଭ୍ ପାର୍ଟିର ଗଣମାଧ୍ୟକୁ କହିଛନ୍ତି “ଯେ ଦଳର କିଛି ସାଂସଦ ଋଷି ସୁନାକଙ୍କ ବିରୋଧରେ ଅନାସ୍ଥା ଭୋଟ ଦାବି କରୁଛନ୍ତି। ଜଣେ ସାଂସଦ ବର୍ତ୍ତମାନର ଦଳୀୟ ବାତାବରଣକୁ ଆତଙ୍କିତ ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି। ବ୍ରିଟେନରେ ସାଧାରଣତଃ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ୧୯୩୧ ମସିହା ଅକ୍ଟୋବର ୨୭ ତାରିଖରେ ମଙ୍ଗଳବାର ନିର୍ବାଚନ ହେବା ପରେ ଏହି ପ୍ରଥା ଅନୁସରଣ କରାଯାଇଥିଲା। ୨୦୨୪ ଜୁଲାଇ ୪ ତାରିଖ ମଧ୍ୟ ଗୁରୁବାର।

ସଂସଦର ପ୍ରଥମ ଅଧିବେଶନର ପଞ୍ଚମ ବାର୍ଷିକୀ ପରେ ହିଁ ସଂସଦ ଭଙ୍ଗ ହୋଇଥାଏ। ବର୍ତ୍ତମାନର ସଂସଦର ବାର୍ଷିକୀ ୧୭ ଡିସେମ୍ବର ୨୦୨୪ରେ ଅନୁଷ୍ଠିତ ହେବାର ଥିଲା । ସଂସଦ ଭଙ୍ଗ ହେବା ପରେ ନିର୍ବାଚନ ପ୍ରସ୍ତୁତି ପାଇଁ ୨୫ ଟି କାର୍ଯ୍ୟ ଦିବସ ଦିଆଯାଇଥାଏ । ଯଦି ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଏ, ତେବେ ୨୦୨୫ ଜାନୁଆରି ୨୮ ପୂର୍ବରୁ ବ୍ରିଟେନରେ ନିର୍ବାଚନ ହୋଇଥାନ୍ତା।”

Get real time updates directly on you device, subscribe now.