fbpx

IPL-2025ରେ ପୁଣି ଫେରିବେ ‘Captain Cool’! ଟୁର୍ଣ୍ଣାମେଣ୍ଟରୁ ଅବସର ନିଷ୍ପତ୍ତି ବଦଳାଇ ଦେଲେ ମାହି

AAKASH

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ରୁ ବିଦାୟ ନେଇ ସାରିଛି ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ । ଶେଷ ଲିଗ୍ ମ୍ୟାଚରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷରେ ପରାସ୍ତ ହୋଇ ପ୍ଲେ-ଅଫ୍ ରେସରୁ ବାଦ୍ ପଡ଼ିଛି ଚେନ୍ନାଇ । ଏହାପରେ ଦଳର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ଅବସର ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଏହି ସିଜନ ମାହିଙ୍କ ଶେଷ ଆଇପିଏଲ ସିଜନ ବୋଲି ଚର୍ଚ୍ଚା ହେଉଥିବା ବେଳେ ଟୁର୍ଣ୍ଣାମେଣ୍ଟ ସରିବା ପରେ ସେ ସନ୍ନ୍ୟାସ ନେବେ ବୋଲି କଥା ଉଠିଥିଲା । କିନ୍ତୁ ବର୍ତ୍ତମାନ ମାହି ନିଜ ମନ ବଦଳାଇ ଦେଇଥିବା ଅନୁମାନ କରାଯାଉଛି । ଆଇପିଏଲ-୨୦୨୫ରେ ସେ ପୁଣିଥରେ ଆଇପିଏଲକୁ କମବ୍ୟାକ କରିବା ସହ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

କ୍ୟାପଟେନ କୁଲ ଧୋନୀଙ୍କ ଅବସର ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଏବଂ ଫ୍ୟାନ୍ସ ଏଥିପାଇଁ ଯେଉଁ ଦୁଃଖ ପ୍ରକାଶ କରୁଥିଲେ ଏବେ ସେମାନେ ବୋଧେ ଟିକିଏ ଆଶ୍ୱସ୍ତି ଲାଭ କରିବେ । କାରଣ ଧୋନୀ ଅବସର ନେବେ ନାହିଁ ବୋଲି ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଚଳିତ ଆଇପିଏଲ ସିଜିନରେ ଧୋନୀଙ୍କୁ କ୍ରିକେଟ ଖେଳୁଥିବା ଦେଖି ସମସ୍ତଙ୍କ ମନରେ ଏହି କଥା ଚାଲୁଥିଲା କି, ଧୋନୀଙ୍କୁ ସେମାନେ କ୍ରିକେଟ ମୈଦାନରେ ଶେଷ ଥର ଛକା ଚଉକା ମାରୁଥିବା ଦେଖୁଛନ୍ତି । ଆଉ ସିଜନର ଅନ୍ତିମ ମୁକାବିଲାରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷରେ ପରାଜୟ ମିଳିବା ପରେ ସମସ୍ତେ ମାନି ନେଇଥିଲେ କି, ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ନେଇଗଲେ ।

ମିଡିଆ ରିପୋର୍ଟ ହିସାବରେ, ମହେନ୍ଦ୍ର ସିଂ ଧୋନୀ ଆଇପିଏଲ ୨୦୨୫ ସିଜିନରେ ଖେଳୁଥିବା ନଜର ଆସିପାରନ୍ତି । ସେହିପରି ପରବର୍ତୀ ସିଜିନରେ ଧୋନୀ ଖାଲି ଖେଳୁଥିବା ନୁହଁ ବରଂ ଟିମର କପ୍ତାନୀ କରୁଥିବା ନଜର ଆସିପାରନ୍ତି । ତେବେ ୨୦୨୪ ଆଇପିଏଲ ସିଜନରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଦର୍ଶନ ଉପରେ ଯଦି ନଜର ପକାଇବା ତେବେ ତାଙ୍କ ଭିତରେ ଏବେ ବି ଫିଲ୍ଡରେ ବଡ ବଡ କାରନାମା କରିବାର ଝଲକ ଦେଖାଯାଇଛି । ଆରସିବି ବିପକ୍ଷରେ ସେ ଖେଳିଥିବା ଶେଷ ମୁକାବିଲାରେ ୧୧୦ ମିଟର ଲମ୍ବା ଛକା ମାରିଥିଲେ । ତାଙ୍କର ଏହି କାରନାମା ଆଉ ମିଡିଆରେ ଆସିଥିବା ରିପୋର୍ଟ ହିସାବେ. ଧୋନୀ ଅପରେସନ କରାଇବା ପାଇଁ ଲଣ୍ଡନ ଯାଉଛନ୍ତି । ସମୟ ପୂର୍ବରୁ ଯଦି ସେ ରିକଭରି କରିନିଅନ୍ତି, ତେବେ ସେ ୨୦୨୫ ଆଇପିଏଲ ଖେଳୁଥିବା ନଜର ଆସିପାରନ୍ତି ।

ତେବେ ୨୦୨୪ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମାହି, ଦଳର ନେତୃତ୍ୱ ଦାୟିତ୍ୱ ଋତୁରାଜ ଗାୟକ୍ୱାଡଙ୍କୁ ଦେଇଥିଲେ । ଋତୁରାଜଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ମିଶ୍ରିତ ରହିଲା ଏବଂ ଦଳ ତାଙ୍କ କ୍ୟାପଟେନ୍ସିରେ ପ୍ଲେ ଅଫ ପାଇଁ କ୍ୱାଲିଫାଏ କରିପାରିଲା ନାହିଁ । ସେଥିପାଇଁ ମହେନ୍ଦ୍ର ସିଂ ଧୋନୀ ୨୦୨୫ ଆଇପିଏଲ ସିଜିନରେ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗସ ନେତୃତ୍ୱ ନେଇପାରନ୍ତି ଏବଂ ଦଳକୁ ୬ଷ୍ଠ ଆଇପିଏଲ ଟ୍ରଫି ଦେବାରୁ ଚେଷ୍ଟା କରିପାରନ୍ତି ବୋଲି ଚର୍ଚ୍ଚା ହେଉଚି । ତେବେ ଦେଖାଯାଉ ଆଗକୁ ଏହି ଚର୍ଚ୍ଚା କେତେମାତ୍ରାରେ ସତ ହେଉଛି ।

Get real time updates directly on you device, subscribe now.