fbpx

କେଜ୍ରିୱାଲଙ୍କ ବଡ଼ ଦାବି; ଆସନ୍ତାକାଲି ମୋ ବୃଦ୍ଧ-ଅସୁସ୍ଥ ବାପା-ମା’ଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ

AAKASH

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏକ ଦାବି କରିଛନ୍ତି । ଯେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଦିଲ୍ଲୀ ପୋଲିସ ତାଙ୍କ ପିତାମାତାଙ୍କୁ ପଚରାଉଚରା କରିବାକୁ ଆସୁଛି । ଆସନ୍ତାକାଲି ଦିଲ୍ଲୀ ପୋଲିସ ମୋର ବୃଦ୍ଧ ଓ ଅସୁସ୍ଥ ପିତାମାତାଙ୍କୁ ପଚରାଉଚରା କରିବାକୁ ଆସିବ ବୋଲି ସେ ଲେଖିଛନ୍ତି ।

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମାର୍ଚ୍ଚ ୨୧ ରେ ଦିଲ୍ଲୀରେ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିଥିଲା । ଗତ ୧୦ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ନିର୍ବାଚନ ପ୍ରଚାର ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

Get real time updates directly on you device, subscribe now.