fbpx

ଯୁବକଙ୍କ ଜଙ୍ଘ ଉପରକୁ ଚଢିଗଲା ବିଷଧର ସାପ: ଏମିତି ଜାଗାକୁ କାମୁଡ଼ି ଦେଲା… କମୁନି ଯନ୍ତ୍ରଣା

AAKASH

ବର୍ତ୍ତମାନ ସାପ କାମୁଡ଼ା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ସାପ କାମୁଡ଼ାରେ ଅନେକ ଜୀବନ ଯାଉଛି ତ ଅନେକ ଗୁରୁତର ହେଉଥିବା ଦେଖିବାକୁ ମିଳୁଛି । ତେବେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଛାତି ଥରି ଉଠିଛି । ଜଣେ ବ୍ୟକ୍ତିଙ୍କୁ ସାପ ଏମିତି ଜାଗାରେ ଆକ୍ରମଣ କରିଛି , ଯେଉଁଠି ବଞ୍ଚିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ଯାଇଥାଆନ୍ତା । ଯୁବକଙ୍କ ପ୍ୟାଣ୍ଟରେ ଚଢି କାମୁଡ଼ି ଦେଇଛି ଏହି ବିଷଧର ସାପ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ଭିଡିଓ ଦେଖି ହୁଏତ ଅନେକ ଲୋକ ଖୁସି ହେଉଥିବେ । କିନ୍ତୁ ବ୍ୟକ୍ତି ଜଣକ ଏକ ବିରାଟ ବିପଦଜନକ ପରିସ୍ଥିତିରେ ଫସିଯାଇଥିବା ଦେଖାଯାଉଛି । ତାଙ୍କ ପ୍ୟାଣ୍ଟରେ ଚଢି ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଛି । ଗୋଡ଼ ବାଟ ଦେଇ ତାଙ୍କ ଜଙ୍ଘ ପର୍ଯ୍ୟନ୍ତ ଯାଇଥିଲା ଏବଂ ପରେ ତାଙ୍କୁ କାମୁଡ଼ି ଦେଇଛି ଏହି ବିଷଧର ସାପ । ପ୍ୟାଣ୍ଟ ଉପରୁ ଯୁବକଙ୍କ ଜଙ୍ଘକୁ ସାପଟି ଏତେ ଜୋରରେ କାମୁଡ଼ି ଧରିଛି ଯେ, ତାକୁ ବାହାର କରିବା କଷ୍ଟକର ହୋଇ ପଡ଼ିଛି । ସାପର ମୁହଁକୁ ଧରି ଯୁବକ ଜଣକ ଟାଣିବାରୁ ଏହା ଟିକିଏ ଅଲଗା ହୋଇଥିଲା । କିନ୍ତୁ ସାପର ତଳଦାନ୍ତ ତାଙ୍କ ପ୍ୟାଣ୍ଟରେ ଲାଗି ରହିଥିଲା । ତେଣୁ ସାପଟି ଯୁବକଙ୍କ ପ୍ୟାଣ୍ଟରେ ଝୁଲି ଯାଇଥିଲା । ଏହାପରେ ସେ ପୁଣିଥରେ ଚେଷ୍ଟା କରି ସାପଟିକୁ ବାହାର କରିବାରେ ସପଳ ହୋଇଛନ୍ତି ।

ତେବେ ସାପଟି ଏକଦମ୍ ଯୁବକଙ୍କ ପ୍ରାଇଭେଟ ପାର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବାରୁ ତାଙ୍କ ଜୀବନ ଖୁବ ବିପଦରେ ପଡ଼ି ଯାଇଥିଲା । ତେଣୁ ସାପ କାମୁଡ଼ିଥିଲେ ତାଙ୍କର ମୃତ୍ୟୁ ମଧ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା । କିନ୍ତୁ ସାହସ ଦେଖାଇ ଯୁବକ ଜଣକ ପ୍ୟାଣ୍ଟରୁ ସାପକୁ ବାହାରି କରିଛନ୍ତି । ଏହାପରେ ତଳେ ସାପଟିକୁ ଛାଡ଼ି ଦେବାରୁ ସାପଟି ଜଙ୍ଗଲ ଭିତରକୁ ଚାଲିଯାଇଛି ।

Get real time updates directly on you device, subscribe now.