fbpx
BSKY SKY
BSKY SKY

ପ୍ରବଳ ଖରାରେ କିପରି କଣ୍ଟ୍ରୋଲ କରିବେ ଡାଇବେଟିସ୍? ଏହିସବୁ ଅଭ୍ୟାସରୁ ଦୂରେଇ ରୁହନ୍ତୁ… ହୋଇପାରେ ମାରାତ୍ମକ

BSKY

ଓଡିଶା ଭାସ୍କର: ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ଏବଂ ତାତି ଯୋଗୁଁ ଆମ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ବିଭିନ୍ନ ପ୍ରକାରର ଚର୍ମରୋଗ ଏବଂ ଅନ୍ୟାନ୍ୟ ରୋଗ ଆମ ପାଇଁ ଚିନ୍ତାର କାରଣ ପାଲଟିଯାଏ । ତେବେ ଏହି ଖରା ବା ଗ୍ରୀଷ୍ମ ଋତୁ ବିଶେଷ କରି ମଧୁମେହ ରୋଗୀଙ୍କ ପାଇଁ ଅଧିକ ମାରାତ୍ମକ ହୋଇଥାଏ । ତେଣୁ ଡାଇବେଟିସ୍ ରୋଗୀମାନଙ୍କୁ ଖରାରୁ ଦୂରେଇ ରହିବାକୁ ପଡ଼ିବ । ଡାଇବେଟିସ୍ ରୋଗରେ ପୀଡ଼ିତ ବ୍ୟକ୍ତି ଯଦି ଖରାରେ ବୁଲାବୁଲି କରନ୍ତି, ତେବେ ଏହା ଖୁବ ମାରାତ୍ମକ ହୋଇଥାଏ ।

ଆସନ୍ତୁ ଏ ସମ୍ପର୍କିତ କିଛି ତଥ୍ୟ ଜାଣିବା ….

ହାଇଡ୍ରେଟେଡ୍ ରୁହନ୍ତୁ- ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ସୁସ୍ଥ ରହିବାକୁ ହେଲେ ହାଇଡ୍ରେଟ୍ ରହିବାର ଆବଶ୍ୟକତା ରହିଛି । ବିଶେଷ କରି ମଧୁମେହ ରୋଗୀଙ୍କ ପାଇଁ ହାଇଡ୍ରେଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଚୁର ମାତ୍ରାରେ ଜଳପାନ କରିବା ଦ୍ୱାରା ଏହା କିଡନୀର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା ସହ ରକ୍ତରେ ଥିବା ଶର୍କରା ସ୍ତରକୁ ଠିକ ରଖିବାରେ ସାହାଯ୍ୟ କରିଥାଏ ।

ଆଲକହଲ୍ ଏବଂ ଚା, କଫି ଠାରୁ ଦୂରରେ ରୁହନ୍ତୁ- ମଦ୍ୟପାନ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଅତ୍ୟଧିକ ବଢିଥାଏ । ଅନ୍ୟପକ୍ଷରେ ଚା, କଫି ଭଳି କ୍ୟାଫିନେଟେଡ୍ ପାନୀୟ ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ଆଣିଥାଏ । ଡାଇବେଟିସ୍ ରୋଗୀ ଏଥିରୁ ଦୂରେଇ ରହି କ୍ୟାଫିନାଇନ୍ ମୁକ୍ତ ପାନୀୟକୁ ବ୍ୟବହାର କରିବାର ଆବଶ୍ୟକତା ରହିଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ହେବ ।

ରକ୍ତରେ ଥିବା ସୁଗାର ସ୍ତରକୁ ମଝିରେ ମଝିରେ ପରୀକ୍ଷା କରନ୍ତୁ- ଅତ୍ୟଧିକ ଗରମ ପାଗ , ଅତ୍ୟଧିକ ଖାଦ୍ୟ, ମାତ୍ରାଧିକ ଶାରୀରିକ କାର୍ଯ୍ୟ କରିବା ଦ୍ୱାରା ଏହା ଶରୀରରେ ଥିବା ରକ୍ତର ଶର୍କରାକୁ ବୃଦ୍ଧି କରେଇଥାଏ । ଏହାକୁ ପରିଚାଳନା କରିବା ପାଇଁ ନିୟମିତ ଭାବରେ ଶରୀରର ଧ୍ୟାନ ନେବା ଆବଶ୍ୟକ ହୋଇଥାଏ । ସୁଗାର ସ୍ତର ଅନୁସାରେ ଡାକ୍ତର ପରାମର୍ଶ କରି ଔଷଧ ଖାଇବା ଏବଂ ଶରୀରକୁ ହାଇଡ୍ରେଟ୍ କରିବା ଆବଶ୍ୟକ ହୋଇଥାଏ ।

ହାଇଡ୍ରେଟିଂ ଖାଦ୍ୟ ଖାଆନ୍ତୁ – ତରଭୁଜ, କାକୁଡି , ସପୁରୀ, ଶାଗ, ସବୁଜ ପନିପରିବା ଭଳି ଅଧିକ ଜଳିଆଂଶ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକତା ରହିଛି । ଏହା ଖାଇବା ଦ୍ୱାରା ଶରୀରକୁ ହାଇଡ୍ରେଟ୍ କରିବା ସହ ରକ୍ତର ଶର୍କରା ସ୍ତରକୁ ଠିକ ରଖିଥାଏ ।
ହାଲୁକା ପୋଷାକ ପିନ୍ଧନ୍ତୁ – ଢିଲା ପୋଷାକ ପିନ୍ଧିବା ଦ୍ୱାରା ଆରାମ ଲାଗିବ ସହ ଉତ୍ତମ ବାୟୁ ଚଳାଚଳ ହୋଇଥାଏ । ହାଲୁକା ପୋଷାକ ପରିଧାନ କରିବା ଦ୍ୱାରା ଚର୍ମରୁ ଆର୍ଦ୍ରତା ଦୂର କରେ ଓ ଚର୍ମ ସଂକ୍ରମଣ ଦୂର କରିଥାଏ । ଏହି ସବୁକୁ ମାନିବା ଦ୍ୱାରା ମଧୁମେହ ରୋଗୀଙ୍କ ପାଇଁ ଅନେକ ଲାଭ ହୋଇଥାଏ ।

Get real time updates directly on you device, subscribe now.