fbpx
BJD SKY
BJD SKY

ଭଗବାନଙ୍କୁ ଭୋଗ ଲଗାଇବା ସମୟରେ କରନ୍ତୁନି ଏହି ଭୁଲ୍‌, ଅନ୍ୟଥା ଘଟିଯିବ ଅନର୍ଥ

BJD

ଓଡ଼ିଶା ଭାସ୍କର: ଆମେ ପ୍ରତିଦିନ ଆମ ଘରେ ଭଗବାନଙ୍କୁ ପୂଜାପାଠ କରିଥାଉ ଓ ତାଙ୍କୁ ପ୍ରସନ୍ନ କରିବା ଲାଗି ଭୋଗ ଲଗାଇଥାଉ । କିଛି ଲୋକ ନିଜ ଘରେ ତିଆରି ହେଉଥିବା ଭୋଜନକୁ ହିଁ ଭଗବାନଙ୍କ ପାଖରେ ଭୋଗ ଆକାରରେ ଲଗାଇଥାନ୍ତି ଓ ଏହାପରେ ତାକୁ ପ୍ରସାଦ ଭାବରେ ନିଜେ ଗ୍ରହଣ କରିଥାନ୍ତି । ପ୍ରସାଦ ରୁପରେ ଭଗବାନଙ୍କୁ ଫଳ, ମିଠା, ଖେଚୁଡି, କ୍ଷୀରି ଆଦି ଭୋଗ ଲଗାଯାଇଥାଏ । କିନ୍ତୁ ଭଗବାନଙ୍କୁ ଭୋଗ ଲଗାଇବା ସମୟରେ ଆପଣଙ୍କୁ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ।
ଶାସ୍ତ୍ରରେ ଭୋଗ ଲଗାଇବାର କିଛି ନିୟମ ଉଲ୍ଲେଖ ରହିଛି । ଏହି ନିୟମ ଅନୁଯାୟୀ ଭୋଗ ଲଗାଇଲେ ସେ ଗ୍ରହଣ କରିଥାନ୍ତି ଓ ଆପଣଙ୍କ ପୂଜାର ଶୁଭ ଫଳ ବି ଆପଣଙ୍କୁ ପ୍ରଦାନ କରିଥାନ୍ତି ।
୧-ଦେବୀ ଦେବତାଙ୍କୁ ଭୋଗ ଲଗାଇବାର କିଛି ସମୟ ପରେ ଭୋଗ ଉଠାଇ ନେଇଯିବା ଉଚିତ । ଭୋଗ ଲଗାଇବା ପରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ନିଶ୍ଚୟ ବାଣ୍ଟନ୍ତୁ । ପୂଜା ସମାପ୍ତ ହେବା ପରେ ବହୁ ସମୟ ପର୍ଯ୍ୟନ୍ତ ପ୍ରସାଦକୁ ମନ୍ଦିରରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଭୋଗରେ ନକରାତ୍ମକତା ଆସିଯାଏ ।
୨-ଈଶ୍ୱରଙ୍କୁ ପବିତ୍ରତା ସର୍ବଦା ପ୍ରିୟ । ତେଣୁ ସ୍ନାନ ଆଦି କରି ଶୁଦ୍ଧ ହୋଇ ଭଗବାନଙ୍କ ପୂଜା ଆରାଧନା କରନ୍ତୁ । ଭଗବାନଙ୍କୁ ସର୍ବଦା ସାତ୍ତ୍ୱିକ ଭୋଗ ସମର୍ପଣ କରନ୍ତୁ । ଭୋଗ ତିଆରି ସମୟରେ ଭୁଲ୍‌ରେ ବି ତାମସିକ ଜିନିଷର ଉପଯୋଗ କରନ୍ତୁ ନାହିଁ ।
୩-ଭଗବାନଙ୍କ ଭୋଗ କେବେ ବି ଭୂମି ଉପରେ ରଖନ୍ତୁ ନାହିଁ । ଏହା ସହିତ ଭଗବାନଙ୍କ ପାଖରେ ବି ପ୍ରସାଦ ରଖନ୍ତୁ ନାହିଁ । ପ୍ରସାଦ ସର୍ବଦା ସୁନା, ରୂପା, ପିତ୍ତଳ କିମ୍ବା ମାଟି ପାତ୍ରରେ ଚଢାନ୍ତୁ । ସନାତନ ଧର୍ମରେ ଏହି ଧାତୁକୁ ଶୁଦ୍ଧ ମନେ କରାଯାଏ । ଏହା ବ୍ୟତିତ ଆପଣ କଦଳୀ କିମ୍ବା ପାନ ପତ୍ରରେ ବି ଭୋଗ ଚଢାଇ ପାରିବେ ।

Get real time updates directly on you device, subscribe now.