fbpx
BJD SKY
BJD SKY

Breaking; ଏଥର କମିବ ତାପମାତ୍ରା, ତାତିରୁ ମିଳିବ ମୁକ୍ତି: ରାଜ୍ୟରେ କାଳବୈଶାଖୀ ପାଇଁ ପୂର୍ବାନୁମାନ

BJD

ଭୁବନେଶ୍ୱର: ଚଳିତ ସପ୍ତାହରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସର୍ବାଧିକ ରେକର୍ଡ କରିଛି । ଓଡ଼ିଶାର ବିଭିନ୍ନ ସହରରେ ୪୦ ଡିଗ୍ରୀରୁ ଅଦିକ ତାପମାତ୍ରା ରହୁଥିବା ବେଳେ ଅସହ୍ୟ ଗରମରେ କଲବଲ ହେଉଛନ୍ତି ସାଧାରଣ ଲୋକେ । ତେବେ ବର୍ତ୍ତମାନ ଏହି ତାତିରୁ ମୁକ୍ତି ମିଳିବା ନେଇ ପୂର୍ବାନୁମାନ ହୋଇଯାଇଛି । ୨ ଦିନ ପରେ ରାଜ୍ୟରେ କାଳବୈଶାଖୀ ହେବା ସହ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨ ଦିନ ପରେ ରାଜ୍ୟର ତାପମାତ୍ରା ୩-୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଏହାସହିତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ଏବଂ ବର୍ଷା ହେବା ନେଇ ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ମେ’ ୭ ତାରିଖ ପରେ ବର୍ଷା ବିସ୍ତୃତି ଆହୁରି ବଢିପାରେ ବୋଲି ମଧ୍ୟ ପାଣିପାଗ କେନ୍ଦ୍ର ଅନୁମାନ କରିଛି । ତେଣୁ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଘଡ଼ ତୋଫାନ ନେଇ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛି । ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଯାହା ଫଳରେ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଏବଂ ଅସହ୍ୟ ତାତିରୁ ମୁକ୍ତି ମିଳିପାରିବ ।

Get real time updates directly on you device, subscribe now.