fbpx
BSKY SKY
BSKY SKY

(Video) ମିଳୁନି ଘର କି ସରକାରୀ ସହାୟତା: ନିର୍ବାଚନ ଜିତି ବି ଛେଳି ଚରାଉଛନ୍ତି ମିନର୍ଭା

BSKY

ପୁରୀ: ନିର୍ବାଚନ ଜଣେ ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଥାଏ । ଅନେକ ସମୟରେ ଲୋକମାନଙ୍କ ମନରେ ଥିବା ଏହି ଧାରଣା ଭୁଲ ବୋଲି ପ୍ରମାଣିତ ହୋଇଯାଏ । ଯାହାର ଏକ ବଡ଼ ଉଦାହରଣ ପାଲଟିଛନ୍ତି ରାଜନୀତି ଲଢେଇରେ ବିଜୟୀ ହୋଇଥିବା ଜଣେ ମହିଳା ପ୍ରାର୍ଥୀ ମିନର୍ଭା ମହାରଣା । ନିଜ ଅଞ୍ଚଳର ସମସ୍ତ ଦୁଃଖୀ-ଦରିଦ୍ରଙ୍କ ଦରଦୀ ବନ୍ଧୁ ସାଜିଛନ୍ତି ମିନର୍ଭା । କିନ୍ତୁ ନିଜେ ସରକାରଙ୍କ ସବୁ ଯୋଜନାରୁ ସେ ଏବେ ବି ବଞ୍ଚିତ ହୋଇ ରହିଛନ୍ତି । ସମସ୍ତଙ୍କ ସମସ୍ୟାରେ ସହାୟତାର ହାତ ବଢାଇଥିବା ମିନର୍ଭା ନିଜ ପାଇଁ ଖଣ୍ଡେ ଘର କି ଚାକିରି ଖଣ୍ଡେ ମଧ୍ୟ ଖୋଜି ପାରିନାହାନ୍ତି ।

ଏମିତି ଜଣେ ଭିନ୍ନ ପ୍ରାର୍ଥୀ ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ଓଥକା ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟା ମିନର୍ଭା ମହାରଣା । ନିର୍ବାଚନ ହେଲା ଲୋକେ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଲେ । ଗାଁ ଠାରୁ ପରିବାର ସମସ୍ତଙ୍କ ପାଖରେ ଏପର୍ଯ୍ୟନ୍ତ ଛିଡ଼ା ହୋଇଛନ୍ତି । ସୁଃଖ ଦୁଃଖରେ ସାଥି ହେଉଛନ୍ତି । ଅଭାବିକୁ ସାହାରା ଘର ନଥିଲେ ଘର ଖଣ୍ଡେ ପାଇଁ ଲଢ଼େଇ କରୁଛନ୍ତି । ହେଲେ ନିଜେ ଛେଳି ଚରାଉଛନ୍ତି । ନା ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଘର ଅଛି ନା ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳୁଛି । ଅଭାବ ଅନଟନରେ ଜୀବନ କାଟୁଛନ୍ତି ମିନର୍ଭା । ସମିତି ସଭ୍ୟା ହୋଇ ମଧ୍ୟ ସରକାରୀ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି । ତେବେ ଏମିତି ସମୟରେ ତାଙ୍କ ପାଇଁ ସାହାରା ପାଲଟିଛନ୍ତି ଛେଳି । ନିର୍ବାଚିତ ସମିତି ସଭ୍ୟାରୁ ଆଜି ସେ ଛେଳି ଚରାଳି ପାଲଟି ଯାଇଛନ୍ତି ।

ସେ ଜଣେ ଭୂମିହୀନ, ନିଜେ ଲୋକଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ସମିତିକୁ ଯାଇଛନ୍ତି । ଅନ୍ୟ ମାନଙ୍କୁ ସରକାରୀ ଆବାସ ଯୋଗାଇ ଦେବା ପାଇଁ ପ୍ରଶାସନକୁ ଦାବି କରୁଥିବା ମିନର୍ଭା ଆଜି ବି ଭଙ୍ଗାରୁଜା ଅସଜଡ଼ା ଇଟା କାନ୍ଥ ଭିତରେ ଜୀବନ କାଟୁଛନ୍ତି । ସମିତି ସଭ୍ୟା ମିନର୍ଭାଙ୍କ ଆର୍ଥିକ ସ୍ଥିତି କହିଲେ ସରକାରୀ ଭତ୍ତା ହିଁ ସାହାରା ହୋଇଛି । ତେବେ ଏତେ ସବୁ ସମସ୍ୟା ଭିତରେ ବି ଥକି ନାହାନ୍ତି ମୀନର୍ଭା । ସେହି ପରିସ୍ଥିତିରେ ବି ଲୋକଙ୍କ ଗୁହାରି ଶୁଣି ସମାଦାନ କରୁଛନ୍ତି ମିନର୍ଭା ମହାରଣା । କିଛି ଛେଳି କିଣି ତାକୁ ଲାଳନ ପାଳନ କରୁଛନ୍ତି, ସେଥିରେ ଯାହା ୨ ପଇସା ରୋଜଗାର ହେବ ସେଥିରେ ପୁଅ କୁ ପାଠ ପଢେଇବା ପାଇଁ ଲକ୍ଷ ରଖିଛନ୍ତି, କିନ୍ତୁ ଅର୍ଥ ଲୋଭରେ କେବେ ରାଜନୈତିକ ଫାଇଦା ଉଠେଇ ନାହାନ୍ତି ମିନର୍ଭା । ସମିତି ସଭ୍ୟା ହୋଇ ମଧ୍ୟ କେବେ ସରକାରୀ ସୁବିଧାର ଫାଇଦା ଉଠାଇବାକୁ ଚେଷ୍ଟା କରି ନାହାଁନ୍ତି । ସବୁବେଳେ ଲୋକଙ୍କର ଚିନ୍ତା କରିଛନ୍ତିି ।

Get real time updates directly on you device, subscribe now.