fbpx
BJD SKY
BJD SKY

ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଲା ପୋଲିସ, ଶେଷରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ

BJD

ଓଡିଶା ଭାସ୍କର: ଖଣ୍ଡଗିରି ବାରିରେ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ ବୋହୁ ବୈଶାଖୀ ପଲେଇକୁ ଗିରଫ କରିଛି ଭରତପୁର ପୋଲିସ । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ପୋଲିସକୁ ପ୍ରମାଣ ମିଳିଛି । ଘଟଣା ଘଟିବାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୋଲିସ । ହତ୍ୟାରେ ବ୍ୟବହୃତ ଛୁରି ଖୋଜିବା ପାଇଁ ପାଇଖାନା ଟାଙ୍କି ସଫା କରିଥିଲା ପୋଲିସ । ସେସପୁଲ ଗାଡି ଦ୍ୱାରା ପାଇଖାନା ଟାଙ୍କି ସଫା କରିଥିଲା ଭରତପୁର ପୋଲିସ । ବୋହୁ ବୈଶାଖୀଙ୍କ ସମ୍ପୃକ୍ତି ନେଇ ପୁଲିସକୁ ଠୋସ ପ୍ରମାଣ ମିଳିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ବୈଶାଖୀ ପାଇଖାନାକୁ ହାତ ଧୋଇବାକୁ ଯାଇଥିଲେ । ତେବେ ଘର ଭିତରେ ଥିବା ପାଇଖାନା ଟାଙ୍କିରେ ହତ୍ୟାରେ ବ୍ୟବହୃତ ଛୁରି ଥିବା ପୁଲିସକୁ ସୁରାକ ମିଳିଥିଲା। ସେଠାରେ ପାଇଖାନା ଟାଙ୍କି ଖୋଳି ଛାନଭିନ କରାଯାଇଥିଲା । ଗତ ୧୫ ତାରିଖ ରାତି ପାଖାପାଖି ସାଢ଼େ ୭ଟା ସମୟରେ ମଦାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ବୋହୂର ପରକୀୟା ପ୍ରୀତିରୁ ଶାଶୁଙ୍କୁ ଗଳା କାଟି ହତ୍ୟା ନେଇ ସନ୍ଦେହ କରୁଥିଲା ପୋଲିସ। ମଦା ପଲେଇଙ୍କ ଘର ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡରେ ବୋଲି ସୂଚନା ମିଳିଛି ।

ସେପଟେ ବୈଶାଖୀଙ୍କ ସିଡିଆର୍ ରିପୋର୍ଟ ତଥ୍ୟ ମଧ୍ୟ ପୋଲିସକୁ କିଛି ସୂତ୍ର ଯୋଗାଇଛି। ବୈଶାଖୀ ଯେଉଁମାନଙ୍କୁ କଲ୍ କରିଥିଲେ ବା ତାଙ୍କୁ ଯେଉଁ ନମ୍ବରରୁ କଲ୍ ଆସିଥିଲା, ଯେଉଁ ଯେଉଁ ନମ୍ବର ସହ ସେ ଅଧିକ ଥର କଥା ହୋଇଥିଲେ, ସେସବୁ ଯାଞ୍ଚ କରାଯାଇଛି। ତା’ ଭିତରୁ କେତେକ ନମ୍ବରକୁ ଚିହ୍ନଟ ମଧ୍ୟ କରା ସରିଛି। ସନ୍ଦେହରେ ଥିବା କିଛି ନମ୍ବରକୁ ନେଇ ପୋଲିସ ତଦନ୍ତ କରୁଛି। କେତେ ଜଣଙ୍କୁ ଡ଼ାକି ଜେରା ମଧ୍ୟ କରିସାରିଛି । ସେମାନଙ୍କ ବୟାନ ରୋକର୍ଡ ପରେ ସିଆର୍ପିସି ଧାରା ୪୧ ନୋଟିସ୍ ଦେଇ ଛାଡ଼ିଥିଲା।

Get real time updates directly on you device, subscribe now.