fbpx

ବିହାର ସଡକ ଦୁର୍ଘଟଣାରେ ୧୨ମୃତ : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ବିହାର: ସଡ଼କ ସୁରକ୍ଷା ପାଇଁ ଦିନକୁ ଦିନ ନିୟମ ହେଉଛି, ହେଲେ ଦେଶ ତଥା ରାଜ୍ୟରେ ପ୍ରତିଦିନ ସଡକ ଦୁର୍ଘଟଣା ଦେଖିବାକୁ ମିଳୁଛି । ତେବେ ରବିବାର ଦିନ ବିହାର ବୈଶାଳୀ ଜିଲ୍ଲାରେ ଏକ ମର୍ମାନ୍ତୁଦ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୧୨ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଶିଶୁ ସାମିଲ ଅଛନ୍ତି । ଏଥିରେ ଅନେକ ଲୋକେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ଦୁର୍ଘଟଣାକୁ ନେଇ ତଦନ୍ତ ଜାରି ରଖିଛି । ଏଥିରେ ୧୦ ଜଣରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ଗଭୀର ରୂପ ଧାରଣ କରିଛି ।

ସୂଚନା ଅନୁଯାୟୀ, ଏହି ଲୋକମାନେ ରାସ୍ତା କଡରେ ପୂଜା କରିବାକୁ ଯାଇଥିଲେ । ସେଠାରେ ଏକ ଟ୍ରକ ଲୋକ ମାନଙ୍କ ଅଡକୁ ମାଡି ଯାଇଥିଲା । ଏହି ମର୍ମନ୍ତୁଦ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏବଂ ସେ ପ୍ରାର୍ଥନା କରିଛନ୍ତି, ଯେଉଁମାନେ ଗୁରୁତର ଅଛନ୍ତି ସେମାନେ ଠିକ ହୋଇଯାଆନ୍ତୁ । ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଟ୍ୱିଟ କରିଛନ୍ତି “ ବୈଶାଳୀରେ ହୋଇଥିବା ଦୁର୍ଘଟଣା ବହୁ ଦୁଃଖଦାୟକ । ମୃତକଙ୍କ ପରିବାର ପ୍ରତି ମୋର ସମ୍ବେଦନା ଅଛି । ଯେଉଁମାନେ ଗୁରୁତର ଅଛନ୍ତି ସେମାନେ ଶୀଘ୍ର ଠିକ ହେଇଯାଆନ୍ତୁ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏବଂ ଗୁରୁତରଙ୍କୁ ୫୦ହଜାର ଟଙ୍କା ଦିଆଯିବା ନେଇ ଘୋଷଣା କରିଛନ୍ତି ।” ଏହାସହ ମୁଖ୍ୟମନ୍ତ୍ରୀ ନିତିଶ ମଧ୍ୟ ମୃତାଦେହଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଦୁର୍ଘଟଣା ଘଟିଥିବା ସ୍ଥାନରେ ବହୁ ଭିଡ ହୋଇଯାଇଛି । ଜଣାପଡିଛି ଟ୍ରକ ଡ୍ରାଇଭରଟି ନିଶା ସେବନ କରି ଗଡି ଚଲାଉଥିଲା । ଯାହାଫଳରେ ସେ ନିଜର ଆୟତ୍ତ ହରାଇ ଲୋକମାନଙ୍କ ଉପରେ ଗାଡି ଚଢାଇ ଦେଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଗୁରୁତର ଅବସ୍ଥାରେ ଷ୍ଟେରିଙ୍ଗରେ ଫସିଯାଇଛି ।

Get real time updates directly on you device, subscribe now.