fbpx

କର୍ମଚାରୀ ଚୟନ ଆୟୋଗରେ ନିଯୁକ୍ତି: ୧୨୦୭ଟି ପଦ ପାଇଁ ବାହାରିଲା ବିଜ୍ଞାପନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଷ୍ଟେନୋଗ୍ରାଫର ଗ୍ରୁପ-ସି ଓ ଗ୍ରୁପ-ଡି ପଦ ପାଇଁ ଏହି ବିଜ୍ଞାପନ ବାହାରିଛି । ଯୁକ୍ତଦୁଇ ପାସ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ମୋଟ ୧୨୦୭ଟି ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଅଗଷ୍ଟ ମାସ ୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୩ ତାରିଖରେ ସମାପ୍ତ ହେବ । ୨୪ରୁ ୨୫ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ଫର୍ମ ଓ ପେମେଣ୍ଟ ସଂଶୋଧନ କରିପାରିବେ । ଆସନ୍ତା ଅକ୍ଟୋବର ମାସରେ ସିବିଟି ମୋଡ଼ରେ ଅନଲାଇନରେ ପରୀକ୍ଷା ଆୟୋଜିତ ହେବ । ଏସସି / ଏସଟି / ପିଡବ୍ଲ୍ୟୁଡି / ମହିଳା ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟମାନେ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବେ ।

ଷ୍ଟେନୋଗ୍ରାଫର ଗ୍ରୁପ-ସି ପଦ ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ଗ୍ରୁପ-ଡି ପଦ ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ କରାଯିବ । ଚଳିତ ବର୍ଷ ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟରେ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://ssc.nic.in/

ନୋଟିଫିକେସନ ଲିଙ୍କ: https://ssc.nic.in/SSCFileServer/PortalManagement/UploadedFiles/Final_Notice-Steno-2023_02082023.pdf

Get real time updates directly on you device, subscribe now.