fbpx
BJD SKY
BJD SKY

Moon Mission ଲଞ୍ଚ୍ କରିବ ଡ୍ରାଗନ୍: ଅଭାବୀ ଭିତରେ ପାକିସ୍ତାନ କରୁଛି ସହଯୋଗ!

BJD

ନୂଆଦିଲ୍ଲୀ: ଆଜି ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନ ନିଜ ମୁନ୍ ମିଶନ୍ ଆରମ୍ଭ କରି ଦେଇଛି । ଏହି ମିଶନ୍ ସହାୟତାରେ ଚନ୍ଦ୍ରଠାରୁ ସବୁଠାରୁ ଦୂର ଏବଂ ଅନ୍ଧାରୁଆ ଅଞ୍ଚଳରେ ପହଞ୍ଚିବ ଡ୍ରାଗନ୍ । ଏହାସହିତ ସେଠାରୁ ପ୍ରଥମ ଥର ଚୀନ ମାଟିର ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବ ବୋଲି ମଧ୍ୟ ଜାଣିବାକୁ ମିଳିଛି । ଚୀନର ରାଷ୍ଟ୍ରୀୟ ଅନ୍ତରୀକ୍ଷ ପ୍ରଶାସନ (CNSA)ର ଚାଙ୍ଗ’ଇ-6 ମିଶନର ଶୁଭାରମ୍ଭ ହୋଇଯାଇଛି । ତେବେ ଚୀନର ଏହି ମୁନ୍ ମିଶନ୍ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ମିଶନରେ ଚୀନର ସାଥ୍ ଦେଉଛି ପାକିସ୍ତାନ । କିନ୍ତୁ ଅଭାବ ଅନାଟନରେ ପାକିସ୍ତାନ ଚୀନକୁ କିପରି ସାହାଯ୍ୟ କରୁଛି ବୋଲି ପ୍ରଶ୍ନ ଉଠୁଛି ।

ଏହି ମୁନ୍ ମିଶନକୁ ଲଙ୍ଗ ମାର୍ଚ୍ଚ-୫ Y8 ରକେଟ ମାଧ୍ୟମରେ ନିଆଯିବ । ଚୀନର ଦକ୍ଷିଣ ଦ୍ୱୀପ ପ୍ରାନ୍ତ ହେନାନରୁ ଏହାକୁ ଉତକ୍ଷେପଣ କରାଯାଇଛି । ରିପୋର୍ଟ ଅନୁସାରେ, ଚାଙ୍ଗ’ଇ 6ରେ ୪ ଘଟକ(୧ ଅର୍ବିଟର, ୧ ଲାଣ୍ଡର, ୧ ଆସେଣ୍ଡର ଏବଂ ୧ ରି-ଏଣ୍ଟ୍ରି ମଡ୍ୟୁଲ) ସାମିଲ ରହିଛି । କୁହାଯାଉଛି ଯେ, ଚୀନର ଏହି ମୁନ୍ ମିଶନ୍ ଚନ୍ଦ୍ରମାରେ ଧୂଳି ଏବଂ ଚଟାଣକୁ ଏକାଠି କରି ଏହାର ନମୁନାକୁ ମଡ୍ୟୁଲରେ ସ୍ଥାନାନ୍ତରିତ କରିବା ପାଇଁ ଚନ୍ଦ୍ରକକ୍ଷରୁ ନେଇପାରିବ । ଫଳରେ ଏହାକୁ ପୁଣିଥରେ ପୃଥିବୀରେ ପହଞ୍ଚିପାରିବ ।

ସିଏନଏସଏ ଘୋଷଣା କରିଛି ଯେ, ଚାଙ୍ଗ’ଇ 6ରେ ଫ୍ରାନ୍ସ, ଇଟାଲୀ ଏବଂ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ଏବଂ ସ୍ୱିଡେନର ବୈଜ୍ଞାନିକ ଉପକରଣ ରହିଛି । ଏହାସହିତ ଅର୍ବିଟରରେ ଏକ ପାକିସ୍ତାନୀ ପେଲୋଡ ମଧ୍ୟ ରହିଥିବା ଜାଣିବାକୁ ମିଳିଛି । ଚୀନ୍ ମିଶନ୍ ମାଧ୍ୟମରେ ପାକିସ୍ତାନ ନିଜ ଛୋଟ ମିଶନକୁ ଆଇକ୍ୟୁବ-କମର ବୋଲି ନାମକରଣ କରିଛି । ପୂର୍ବରୁ ମଧ୍ୟ ଚୀନ ଚନ୍ଦ୍ରମାକୁ ମାନବବିହୀନ ମିଶନ୍ ସଫଳତାପୂର୍ବକ ଲଞ୍ଚ୍ କରିଥିଲା । ଏଥିରେ ଏକ ରୋଭର ମଧ୍ୟ ସାମିଲ ରହିଥିଲା । ମଙ୍ଗଳ ଗ୍ରହକୁ ମଧ୍ୟ ଚୀନ ଏକ ରୋଭର ପଠାଇ ସାରିଛି ।

Get real time updates directly on you device, subscribe now.