fbpx

ଖୁସି ଖବର: ରାଜ୍ୟରେ ଆଜି ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୦ା୮ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୩୦୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଖୋର୍ଦ୍ଧା ରୁ ୪୬୧, ଗଞ୍ଜାମ ଜିଲ୍ଲାରୁ ୧୮୨, ରାୟଗଡ଼ାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରି ରୁ ୫୧, ଅନୁଗୁଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ୱରରୁ ୩୫, ବରଗଡ଼ ରୁ ୩୪, ଜଗତସିଂହପୁରରୁ ୩୨, ସୁନ୍ଦରଗଡ଼ରୁ ୩୨, ଭଦ୍ରକରୁ ୩୧, ଯାଜପୁରରୁ ୨୯, ଗଜପତିରୁ ୨୮, ମୟୁରଭଂଜରୁ ୨୩, ନବରଙ୍ଗପୁର ରୁ ୧୫, ପୁରୀରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବୌଦ୍ଧ ରୁ ୯, ଝରସୁଗୁଡ଼ାରୁ ୮, ନୟାଗଡ଼ରୁ ୬, କଟକରୁ 3 ଓ କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.