fbpx

ସରପଞ୍ଚଙ୍କ ପାଇଁ କରୋନା ପଜିଟିଭ ହାର କମିଛି : ମୁଖ୍ୟମନ୍ତ୍ରୀ

ଗଞ୍ଜାମ, ୧୦ା୮ (ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ କୋଭିଡ଼ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ କୋଭିଡ଼ ପରିଚାଳନା ସମ୍ପର୍କରେ ଆଜି ଆଲୋଚନା ମଧ୍ୟ କରିଛନ୍ତି । ଏହା ପରେ ସଂକ୍ରମଣ ନିୟନ୍ତ୍ରଣରେ ସରପଞ୍ଚଙ୍କ ଦକ୍ଷ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସରପଞ୍ଚଙ୍କ ଉଦ୍ୟମ ଯୋଗୁଁ କରୋନା ପଜିଟିଭ୍ ହାର ସେଠାରେ କମିଛ ବୋଲି ସେ କହିଛନ୍ତି । ସ୍ଥିତିକୁ ଦେଖି ସରପଞ୍ଚମାନେ କଡ଼ା ପଦକ୍ଷେପ ନେଇଥିଲେ । ତେଣୁ କରୋନା ବିରୋଧୀ ଲଢ଼େଇରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି । ଠିକ ସମୟରେ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଇଥିଲେ ସରପଞ୍ଚ । ସରପଞ୍ଚଙ୍କ ଭଲ କାମ ସାରା ଦେଶକୁ ବାଟ ଦେଖାଇବ । ସରପଞ୍ଚମାନଙ୍କ କାମ ପାଇଁ ଗର୍ବିତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାକୁ ନିପାତ କରିବା ଯାଏଁ ଲଢ଼େଇ ଜାରି ରଖିବାକୁ ନବୀନ ଆହ୍ୱାନ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.