fbpx
BJD SKY
BJD SKY

୧୨୫୦ କୋଟିର ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିର ମଞ୍ଜୁରୀ: ୩୬୪୦ ଜଣ ପାଇବେ ନିଯୁକ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲ୍ୟୁସିଏ)ର ୧୨୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ପାଖାପାଖି ୧୨୫୦ କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ ରିଛି । ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବା ଫଳରେ ରାଜ୍ୟରେ ୩୬୪୦ ନିଯୁକ୍ତି ସୁଯୋଗ ହେବ ।

ଏଥିସହିତ ଏହି ପ୍ରକଳ୍ପ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯଥେଷ୍ଟ ସହାୟକ ହେବ । ଏସଏଲଏସଡବ୍ଲ୍ୟୁସିଏ ବୈଠକରେ ଯେଉଁ ପ୍ରକଳ୍ପ ସବୁକୁ ସଙ୍କେତ ମିଳିଛି ତାହା ରାଜ୍ୟରେ ଶିଳ୍ପ ଇକୋସିଷ୍ଟମର ଦ୍ରୁତ ସଂପ୍ରସାରଣ କରାଇବାରେ ସହାୟକ ହେବ । ପୋଷାକ ଓ ବୟନ ଶିଳ୍ପ କ୍ଷେତ୍ରରେ ବିକେ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡକୁ ଏକ ମୋଜା ଉତ୍ସାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଛି । ଏହି ସଂସ୍ଥା ୫୨ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ, ଯାହାକି ୮୦୦ ନିଯୁକ୍ତି ସୃଷ୍ଟି କରିବ ।

ନାଜୋନ୍ ଟ୍ୟୁବ ଉକ୍ରଳ ଲିମିଟେଡ ୧,୬୦,୦୦୦ ମେଟ୍ରିକ ଟନ ଏମଏସ ବର୍ଗାକାର ଓ ଆୟତ୍ତାକାର ପାଇପ, ଟ୍ୟୁବ ପ୍ରସ୍ତୁତି ପାଇଁ ଏକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ସେଥିରେ ୧୦୫ କୋଟି ଟଙ୍କା ବିନିଯୋଗ କରାଯିବା ସହ ୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ । ଯାଜପୁରର କଳିଙ୍ଗ ନଗରରେ ଥିବା କାରଖାନାକୁ ସଂପ୍ରସାରଣ କରିବାକୁ କମ୍ପାନୀ ଯୋଜନା କରିଛି । ବେଦାନ୍ତ ଲିମିଟେଡର ୪.୫ ଏମପିଟିଏ ଲୁହାପଥର ବିଶୋଧନ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଥିବା ବେଳେ ସେଥିରେ ୮୦ କୋଟି ବିନିଯୋଗ ହେବ ଓ ୧୫୨ ଜଣ ନିଯୁକ୍ତି ପାଇବେ । ମମତା ଫେବ୍ରିକ୍ସ ପ୍ରାଇଭେଟ ଲିମିଟେଡର ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟରେ ୫୦ କୋଟି ବିନିଯୋଗ ହେବ ଓ ୨୦୦୦ ଲୋକ ନିଯୁକ୍ତି ପାଇବେ ।

Get real time updates directly on you device, subscribe now.