fbpx

କେବଳ ଆମ୍ବ ନୁହେଁ, ଏହାର ପତ୍ର ବି ଶରୀର ପାଇଁ ବେଶ୍ ଉପକାରୀ, ଏହିସବୁ ରୋଗରୁ ଦିଏ ଆରାମ

ଆମ୍ବକୁ ଫଳମାନଙ୍କ ମଧ୍ୟରେ ରାଜା କୁହାଯାଏ । ପ୍ରାୟ ସମସ୍ତଙ୍କୁ ଆମ୍ବ ପସନ୍ଦ ଆସିଥାଏ । ଆମ୍ବ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଭରି ରହିଛି । ଆମ୍ବ ଭଳି ଆମ୍ବ ପତ୍ରରୁ ମଧ୍ୟ ଆମ ଶରୀରକୁ ଅନେକ ପ୍ରକାରର ଉପକାରିତା ମିଳିଥାଏ । ଆମ୍ବ ପତ୍ରକୁ ଆୟୁର୍ବେଦରେ ଏକ ଔଷଧ ରୂପେ ବିବେଚନା କରାଯାଏ । ଏହା ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଆମ୍ବ ପତ୍ର ହଜାର ହଜାର ବର୍ଷ ଧରି ଅନେକ ରୋଗର ନିରାକରଣ ପାଇଁ ବ୍ୟବହାର ହୋଇଆସୁଛି ।

ଆମ୍ବ ପତ୍ରର ଉପକାରିତା:

-ଆମ୍ବ ପତ୍ରରେ ଭିଟାମିନ ‘ଏ’ ଏବଂ ‘ସି’ ପ୍ରଚୁର ପରିମାଣରେ ରହିଥାଏ । ଏହା ଶରୀରରେ କୋଲାଜେନ ବୃଦ୍ଧି କରିଥାଏ । ଯାହା ତ୍ୱଚା ଓ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

-ଆମ୍ବ ପତ୍ରରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ, ଯାହା ପେଟ ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ସହିତ, ଯଦି ଆପଣଙ୍କର ପେଟରେ ଷ୍ଟୋନ୍ ସମସ୍ୟା ଅଛି ତେବେ ଆମ୍ବପତ୍ରକୁ ବାଟି ଏହାର ରସ ପିଇଲେ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଏହାସହ ଆମ୍ବ ପତ୍ରର ରସ ଡାଇବେଟିସକୁ ମଧ୍ୟ କଣ୍ଟ୍ରୋଲରେ ରଖିଥାଏ ।

-ଯଦି ଆପଣଙ୍କର ଶ୍ୱାସ ଭଳି ସମସ୍ୟା ଅଛି, ତେବେ ଆମ୍ବ ପତ୍ରକୁ ସିଝାଇ ଏହାର ପାଣିକୁ ପିଇବା ଲାଭଦାୟକ ହୋଇଥାଏ । ଏହାସହ ରକ୍ତରେ ଶର୍କରାର ପରିମାଣ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

-ଆମ୍ବ ପତ୍ରକୁ ପାଣିରେ ସିଝାଇ ପିଇବା ଦ୍ୱାରା କାଶ ଏବଂ ଗଳାରେ ହେଉଥିବା ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ । ଯଦି ଆପଣ ଆମ୍ବ ପତ୍ରର ସିଝା ପାଣି ପିଇବା ପାଇଁ ଚାହୁଁନାହାନ୍ତି, ତେବେ ୨-୪ଟି ଆମ୍ବ ପତ୍ରକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ । ପରଦିନ ସକାଳୁ ଏହି ପାଣିକୁ ପିଇପାରିବେ ।

Get real time updates directly on you device, subscribe now.