fbpx
BJD SKY
BJD SKY

ଜନସନ ଆଣ୍ଡ ଜନସନ ଟାଲ୍କ କ୍ୟାନ୍ସର ମାମଲା: ସମାଧାନ ପାଇଁ ୬.୫ ବିଲିୟନ ଡଲାର ଦେବ କମ୍ପାନୀ

BJD

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ ବୁଧବାର ଦିନ ଖୁଲାସା କରିଛି ଯେ, ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକାଂଶ ମୋକଦ୍ଦମାକୁ ସମାଧାନ କରିବା ଲାଗି ୨୫ ବର୍ଷ ମଧ୍ୟରେ ୬.୫ ବିଲିୟନ ଡଲାର ଦେବାକୁ ଯୋଜନା କରିଛି । ଯେଉଁଥିରେ ଦାବି କରାଯାଇଛି ଯେ, ଏହାର ଟାଲକମ ପାଉଡର ଉତ୍ପାଦରେ ଓଭାରି କ୍ୟାନ୍ସର ହେଉଛି । ଏହାର ସହାୟକ କମ୍ପାନୀ ଏଲଟିଏଲ ପ୍ରବନ୍ଧନ ଅନୁଯାୟୀ, ୩ଟି ଇଏମଆଇ ଆକାରରେ ଏହି ଟଙ୍କା ଦିଆଯିବ ।

ଦୀର୍ଘ ଦଶନ୍ଧି ଧରି J&J ପାଇଁ ଆର୍ଥିକ ଏବଂ ଜନସଂପର୍କ ସମସ୍ୟା ସୃଷ୍ଟି କରିଆସୁଥିଲା, କିନ୍ତୁ କମ୍ପାନୀ କହିବାନୁଯାୟୀ, ବର୍ତ୍ତମାନ ବେବି ପାଉଡର ଏବଂ ଅନ୍ୟ ଟାଲ୍କ ପ୍ରଡକ୍ଟଗୁଡିକ ଗ୍ରାହକଙ୍କ ପାଇଁ ନିରାପଦ ଅଟେ । J&J ଏବଂ ଏହାର ସହାୟକ କମ୍ପାନୀ ବିରୁଦ୍ଧରେ ଦାଖଲ ହୋଇଥିବା ଟାଲ୍କ ସମ୍ବନ୍ଧୀୟ ମକଦ୍ଦମାଗୁଡିକରେ ଦାବି କରାଯାଇଛି ଯେ, ଏହାର ୯୯ ପ୍ରତିଶତ ଅଂଶ ଓଭାରି କ୍ୟାନ୍ସର ପାଇଁ ଦାୟୀ । ତେବେ କମ୍ପାନୀ ପ୍ରଥମ କିସ୍ତିରେ ୨.୭ ବିଲିୟନ ଡଲାର ଦେବ ।

J&J ଏହି ମଧ୍ୟ ସଂକେତ ଦେଇଛି ଯେ, ଏହି ସମାଧନରେ ସାମିଲ କରାଯାଇନାହିଁ ଯେ, ଏହା କ୍ୟାନ୍ସର ପାଇଁ କମ ବିପଦ ସୃଷ୍ଟି କରୁଛି ଯାହାକୁ ମେସୋଥେଲିଓମା କୁହାଯାଉଛି । ଏହି ମାମଲାଗୁଡିକ ସ୍ୱତନ୍ତ୍ର ଭାବେ ପରିଚାଳିତ ହେବ ଏବଂ J&J ଏହି ମାମଲାକୁ ନେଇ କହିଛି ଯେ, ୯୯ ପ୍ରତିଶତ ମେସୋଥେଲିଓମାର ସମ୍ବନ୍ଧୀୟ ଅଭିଯୋଗକୁ ସମାଧାନ କରିସାରିଛି ।

ଆମେରିକାର ଇଲିନୋଇସରେ ରହୁଥିବା ଥେରେସା ଗାର୍ସିୟା ହାରାହାରି ଏକ ଦଶନ୍ଧି ପୂର୍ବରୁ ଜନସନ ଆଣ୍ଡ ଜନସନ କମ୍ପାନୀର ଟାଲକମ ପାଉଡର ଉପରେ କେସ କରିଥିଲେ । ଏଥିରେ କୁହାଯାଇଥିଲା ଯେ, ଏହାର ବ୍ୟବହାରରେ କ୍ୟାନ୍ସର ହେଉଛି । ମାମଲାରେ କୋର୍ଟରେ ଯାଇ ପହଁଚିଥିଲା । ଏହି ମାମଲା ଦଶନ୍ଧି ଧରି ଚାଲିଥିଲା କିନ୍ତୁ ୨୦୨୦ ମସିହାରେ ଗାର୍ସିୟାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମଧ୍ୟ କମ୍ପାନୀ ପାଉଡର ବିକ୍ରି କରିଥିଲା । ଗାର୍ସିୟାଙ୍କ ପରିବାର ଲୋକେ ଗାର୍ସିୟାଙ୍କ ମୃତ୍ୟୁ ପାଇଁ କମ୍ପାନୀକୁ ଦୋଷ ଦେଇଥିଲେ । ଏହାପରେ ସେହି ଦିନ ଠାରୁ ଏହି ମାମଲା ଚଲିଥିବା ବେଳେ ବର୍ତ୍ତମାନ କମ୍ପାନୀ ଏହି ମାମଲାର ସମାଧାନ ପାଇଁ ଟଙ୍କା ଦେବ ବୋଲି ଘୋଷଣା କରିଛି ।

 

Get real time updates directly on you device, subscribe now.