fbpx
BJD SKY
BJD SKY

ଭୁଲରେ ବି Fridgeରେ ରଖନ୍ତୁ ନାହିଁ ଚକଟା ଅଟା, ଦେଖାଦେଇପାରେ ଏହି ସ୍ୱାସ୍ଥ୍ୟ ସମସ୍ୟା

BJD

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବୀ । ତେଣୁ ସବୁଦିନ ରୋଷେଇ କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଏହି ସମସ୍ୟାର ସମାଧାନ ପାଇଁ ଅଧିକାଂଶ ଫ୍ରିଜ୍ ଉପରେ ନିର୍ଭରଶୀଳ ହୋଇଥାନ୍ତି । ରାତିରେ ରୋଷେଇ କରି ଫ୍ରିଜରେ ରଖି ଦିଅନ୍ତି ଏବଂ ସକାଳେ କେବଳ ଗରମ କରି ଅଫିସ୍‌/ ସ୍କୁଲ ନେଇଯାଆନ୍ତି । ସାଧାରଣତଃ ଘରେ ସ୍କୁଲ ଯାଉଥିବା ପିଲା, ବୟସ୍କ ବ୍ୟକ୍ତି କିମ୍ବା ରୋଗି ଥିଲେ ସେମାନଙ୍କୁ ସକାଳେ ଶ୍ରୀଘ୍ର ଜଳଖିଆ ଦେବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ସମୟ ସଂଚୟ କରିବା ପାଇଁ ରାତିରୁ ସକାଳ ଜଳଖିଆ ପାଇଁ ପ୍ରସ୍ତୁତି କରି ଫ୍ରିଜରେ ରଖି ଦିଅନ୍ତି । ବିଶେଷ କରି ସକାଳେ ଅଟା ଚକଟି ରୁଟି ତିଆରି କରିବା ଟିକେ କଷ୍ଟକର ହୋଇଥାଏ । ତେଣୁ ରାତିରେ ଚକଟା ଅଟା ଫ୍ରିଜରେ ରଖି ସକାଳେ ରୁଟି ତିଆରି କରିଥାନ୍ତି । ଥରେ ଅଟା ଚକଟିଲେ ଏହାକୁ ୬ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ । ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖାଯାଇଥିବା ଅଟାରେ ବ୍ୟାକ୍ଟେରିଆ ସୃଷ୍ଟି ହେବା ଆରମ୍ଭ ହୋଇଥାଏ । ଅନେକ ଜାଣିନଥିବେ ଯେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ତେବେ ଆସନ୍ତୁ ଜାଣିବା ଫ୍ରିଜରେ ଥିବା ଚକଟା ଅଟାର ରୁଟି ସେବନ କରିବା ଦ୍ୱାରା କ’ଣ ସବୁ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।

୧. ପାଚନ ସମସ୍ୟା: ଏହି ରୁଟି ଖାଇବା ଦ୍ୱାରା ପାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଫୁଡ଼୍ ପଏଜନିଂର ଆଶଙ୍କା ରହିଥାଏ । ଫଳରେ ପେଟ ଇନଫେକ୍ସନ୍‌, ପେଟ ଯନ୍ତ୍ରଣା, ଡାଇରିଆ ଭଳି ସମସ୍ୟା ଦେଖାଦେଇଥାଏ ।

୨. ଫଙ୍ଗାଲ ଇନଫେକ୍ସନ: ଫ୍ରିଜରେ ଚକଟା ଅଟା ରଖିବା ଦ୍ୱାରା ଏହା ଫର୍ମେଣ୍ଟ ହୋଇଯାଏ । ଏହା ଫଙ୍ଗାଲ ଇନଫେକସନର କାରଣ ଅଟେ । ନିୟମିତ ଏଭଳି ରୁଟି ଖାଇବା ଦ୍ୱାରା ଶରୀରରେ ଆଲର୍ଜୀ, ବାନ୍ତି କିମ୍ବା ପେଟ ସମସ୍ୟା ଦେଖାଦେଇଥାଏ ।

୩. ଅନ୍ତନଳୀ ସଂକ୍ରମଣ: ଫ୍ରିଜରେ ଥିବା ଚକଟା ଅଟାର ରୁଟି ଖାଇବା ଦ୍ୱାରା ଅନ୍ତନଳୀରେ ଥିବା ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ । ଫଳରେ ଆସିଡିଟି ଏବଂ ଇନଫେକସନ୍ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଦେଖାଦେଇଥାଏ । ପରବର୍ତ୍ତୀ ସମୟରେ ଏହା ପେଟ ସହ ଜଡ଼ିତ ବଡ଼ ସମସ୍ୟା ଭାବେ ଉଭା ହୋଇପାରେ ।

Get real time updates directly on you device, subscribe now.