fbpx
BJD SKY
BJD SKY

ଦିଲ୍ଲୀ ଟ୍ରାନ୍ସଫର-ପୋଷ୍ଟିଂ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ସବୁ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ତେବେ ଗତ କିଛିଦିନ ଧରି ଅଧ୍ୟାଦେଶକୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି । ଅଫିସରଙ୍କ ଟ୍ରାନ୍ସଫର-ପୋଷ୍ଟିଂ ଅଧିକାରକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ତେବେ ଉକ୍ତ ଟ୍ରାନ୍ସଫର-ପୋଷ୍ଟିଂ ଅଧ୍ୟାଦେଶକୁ ସଂସଦର ମୌସୁମୀ ଅଧିବେସନରେ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ସୂଚନା ମୁତାବକ, ଆଜି ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଅଧ୍ୟାଦେଶ ପ୍ରତିବଦଳରେ ଏକ ବିଲ୍ କ୍ୟାବିନେଟରେ ପାସ୍ କରାଇଛନ୍ତି । ଏହା ଫଳରେ ଦିଲ୍ଲୀର ଅଫିସରଙ୍କ ନିଯୁକ୍ତି ଓ ବଦଳି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଅଧିକ ନିୟନ୍ତ୍ରଣ ରହିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏହି ବିଲ ଖୁବଶୀଘ୍ର ସଂସଦରେ ଆଗତ କରାଯିବ । ସଂସଦରେ ଅଧିବେଶନ ଚାଲି ନଥିବା ସମୟରେ ଏହି ଅଧ୍ୟାଦେଶ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିଲା ।

Get real time updates directly on you device, subscribe now.