fbpx
BJD SKY
BJD SKY

ଢେଙ୍କାନାଳରେ ହଠାତ ଅବତରଣ କଲା ହେଲିକପ୍ଟର, ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଜାରି ରହିଛି ତଦନ୍ତ

BJD

ଢେଙ୍କାନାଳ: ପଡ଼ିଆରେ ହଠାତ ଅବତରଣ କଲା ହେଲିକପ୍ଟର । ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ ନେଇ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ଓ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍‌ ପହଂଚି ତଦନ୍ତ ଜାରି ରଖିଛନ୍ତି ।

ସୂଚନାରୁ ପ୍ରକାଶ ଆଜି ସକାଳୁ ଏକ ଧଳା ରଂଗର ହେଲିକପ୍ଟର ଢେଙ୍କାନାଳ ସ୍ଥିତ ମହିଷା ପାଟ ପଲ୍ଲିଶ୍ରୀ ପଡ଼ିଆରେ ଅବତରଣ କରିଛି । ଏହି ହେଲିକପ୍ଟରରେ ACE AIR SERVICE ଲେଖା ହୋଇଥିବାର ଜଣାପଡ଼ିଛି । ଏ ସଂକ୍ରାନ୍ତରେ ହେଲିକପ୍ଟରର ପାଇଲଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଆଗକୁ ନିର୍ବାଚନ ଥିବାରୁ ଭିଆଇପି ଷ୍ଟାର ପ୍ରଚାରକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏୟାର ଟ୍ରାଫିକ୍ ସୁରକ୍ଷା ସହ ରାସ୍ତାଘାଟ ଯାଞ୍ଚ ପାଇଁ ଅସିଥାଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.