fbpx

(Video) ଚାଲିଗଲା ୧୨୭ ଜଣଙ୍କ ଜୀବନ: ଫୁଟବଲ ମ୍ୟାଚ ବେଳେ ହିଂସାକାଣ୍ଡ ଡାକି ଆଣିଲା ବିପଦ

ନୂଆଦିଲ୍ଲୀ: ଫୁଟବଲ ମ୍ୟାଚ ବେଳେ ଦେଖିବାକୁ ମିଳିଛି ଏକ ଭୟଙ୍କର ହିଂସା । ତେବେ ଏହାର ପରିଣାମ ସ୍ୱରୂପ ଚାଲିଯାଇଛି ୧୨୭ ଜଣଙ୍କର ଜୀବନ । ଷ୍ଟାଡିୟମ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ହିଂସାକାଣ୍ଡରେ ଘଟଣାସ୍ଥଳରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ ହରାଛନ୍ତି । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଇଣ୍ଡୋନେସିଆର ଏକ ଷ୍ଟାଡିୟମ ମଧ୍ୟରେ ଏଭଳି ଭୟଙ୍କର ଘଟଣା ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ଇଣ୍ଡୋନେସିଆର ପୂର୍ବ ଜାଭାରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଲାଗିଥିଲା । ତେବେ ମ୍ୟାଚର ଫଳାଫଳ ଆସିବା ପରେ ଦର୍ଶକମାନେ ଉତ୍ପାତ ମଚାଇଥିଲେ । ସେମାନେ ଖେଳର ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ହେବା ସହ ପଡ଼ିଆ ମଧ୍ୟରେ ଜୋରଜବରଦସ୍ତି ପଶିଯାଇ ହଙ୍ଗାମା ସୃଷ୍ଟି କରିଥିଲେ ।

କେବଳ ସେତିକି ନୁହେଁ, ପ୍ରଶଂସକମାନେ ଆକ୍ରାମକ ଢଙ୍ଗରେ ପଡ଼ିଆ ମଧ୍ୟକୁ ପଶି ମାରପିଟ କରିଥିଲେ । ଏହି ମାରପିଟରେ ମୋଟ ୧୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ପୋଲିସ କର୍ମୀ ସାମିଲ ଥିଲେ । ଏହି ମ୍ୟାଚରେ ପରସେବାୟା ସୁରବାୟା ଓ ଆରେମା ଏଫସି ମଧ୍ୟରେ ମୁକାବିଲା ହେଉଥିଲା । ମ୍ୟାଚ ପରେ ଆରେମା ଏଫସି ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହି ହାରକୁ ସହଜରେ ହଜମ କରିପାରିନଥିଲେ ପ୍ରଶଂସକ । ତେଣୁ ସେମାନେ ଏଭଳି ହିଂସାତ୍ମକ ପନ୍ଥାକୁ ଆପଣାଇ ନେଇଥିଲେ । ଖବର ପାଇ ପୋଲିସ ଘଟଣା ଘଟଣାସ୍ଥଳରେ ପହଞ୍ଚିଥିଲା । ଇଣ୍ଡୋନେସିଆ ରାଷ୍ଟ୍ରୀୟ ସଶସ୍ତ୍ର ବଳଙ୍କ ସହଯୋଗରେ ଖେଳାଳିଙ୍କୁ କୌଣସି ପ୍ରକାରେ ପଡ଼ିଆରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.