fbpx

I am Sorry, So Happy: ନିଜ ସ୍କୁଲରୁ ସବୁ ଲୁଟିନେବା ପରେ ଲେଖକ ପାଲଟିଗଲା ଚୋର

ନୂଆଦିଲ୍ଲୀ: ଆଜିକାଲିର ଚୋରମାନଙ୍କର କାରନାମା ଦେଖିଲେ ଯେ କେହି ବି ମୁଣ୍ଡରେ ହାତ ଦେବ । ନିକଟରେ ଏଭଳି ଏକ ଚୋରି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଭିଲୱାଡ଼ାରେ । ତେବେ ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଜଣେ ଅଭିଯୁକ୍ତ ଯେଉଁ ସ୍କୁଲରେ ପାଠ ପଢ଼ିଥିଲା ଉକ୍ତ ସ୍କୁଲରୁ ସିଲିଂ ଫ୍ୟାନ୍ ଚୋରି କରିଥିଲା । ପରେ ଚୋରଟି ରେଜିଷ୍ଟରରେ ‘ଆଇ ଆମ୍ ସରି, ସୋ ହାପି’ ଲେଖିଥିଲା ।

ତେବେ ପୋଲିସ ମୁତାବକ, ଅଭିଯୁକ୍ତମାନେ ଏହି ସ୍କୁଲ ସହିତ ଅନ୍ୟ ଜାଗାରୁ ମଧ୍ୟ ଚୋରି କରିଥିଲେ । ସେମାନେ ଚା’-କଫି ଦୋକାନ ବନ୍ଦ କରି ଏକ ଗ୍ୟାଙ୍ଗ ଗଠନ କରିଥିଲେ । ଏହାପରେ ସ୍କୁଲରେ ଚୋରି କରିବାକୁ ପ୍ଲାନିଂ କରିଥିଲେ । ତେବେ ଜଣେ ଚୋର ଯେଉଁ ସ୍କୁଲରୁ ପାଠ ପଢ଼ିଥିଲା ଉକ୍ତ ସ୍କୁଲରୁ ଚୋରି କରିବା ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚୋରଟି ସ୍କୁଲର ସିଲିଂ ଫ୍ୟାନ ଖୋଲୁଥିବା ସମୟରେ ତା’ର ପାଦ ରେଜିଷ୍ଟରରେ ଲାଗିଯାଇଥିଲା । ଏହାପରେ ସେ ‘ଆଇ ଆମ୍ ସରି, ସୋ ହାପି’ ଲେଖିଦେଇ ଚାଲିଯାଇଥିଲା । ଏହି ସରି ବାଲା ଚୋରକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେବା ସହ ତା’ର ହାତଲେଖା ଫଟୋ ଏବେ ଭାଇରାଲ ହେଉଛି । ତେବେ ଚୋରମାନେ ୩ଟି ସ୍କୁଲକୁ ଟାର୍ଗେଟ କରିବା ସହ ୩ଟି ମୋଟର, ୨ଟି ବୋରିରିଂ ପମ୍ପ, ଲାପଟପ୍, ଇନଭର୍ଟର ବ୍ୟାଟେରୀ, ସ୍ପିକର, ଟ୍ରାକ୍ଟର ବ୍ୟାଟେରି ଆଦି ଲୁଟି ନେଇଥିଲେ ।

Get real time updates directly on you device, subscribe now.