fbpx

୧୨ ଫୁଟର ଅଜଗର ସାପ ଉଦ୍ଧାର

ମାଲକାନଗିରି,୧୭ ।୯(ଓଡିଶା ଭାସ୍କର) : ମାଲକାନଗିରି ଜିଲ୍ଲାରେ ଜନ ବସତି ମୁହାଁ ହେଉଛନ୍ତି ଅଜଗର । ପୂର୍ବରୁ ବହୁବାର ଅଜଗର ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହଁ ହୋଇଥିବା ବେଳେ ଆଜି ପୁଣି ଏକ ଅଜଗର ମାଲକାନଗିରି ଜିଲ୍ଲାର ପରଜାଗୁଡାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଅଜଗରଟି ଗୋଟିଏ ଘର ନିକଟରେ ଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ତୁରନ୍ତ ବନ ବିଭାଗର କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପରଜାଗୁଡା ଗ୍ରାମରେ ପହଁଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ପ୍ରାୟ ୧୨ ଫୁଟ ଲମ୍ବର ଏବଂ ଓଜନ ପ୍ରାୟ ୨୦ କେଜିରୁ ଉର୍ଦ୍ଧ୍ବ ବୋଲି ସୂଚନା ମିଳିଛି । ଖାଦ୍ୟ ଅନ୍ୱେଷଣରେ ସାପ ଗୁଡିକ ଜନ ବସତି ମୁହାଁ ହେଉଥିବା ବେଳେ ଉଦ୍ଧାର ହୋଇଥିବା ସାପଟିକୁ ବନବିଭାଗ ପୁନର୍ବାର ନେଇ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲା ।

Get real time updates directly on you device, subscribe now.