fbpx

ମାସ୍କ ବଦଳରେ ମୁହଁରେ ଗୁଡାଇଦେଲେ ସାପ

କରୋନା ଭାଇରସ୍ ଯୋଗୁଁ ଲୋକମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି । ମାସ୍କ ଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଉଥିବା ବେଳେ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଏପରି ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି, ଯେ ମାସ୍କ ବଦଳରେ ସାପ ଗୁଡାଇହୋଇ ବସ୍ ସିଟରେ ବସିଛନ୍ତି । ଏହି ଅଦ୍ଭୁଦ ଭିଡିଓ ଦିନକୁ ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଇଂଲଣ୍ଡର ହୋଇଥିବା ଜଣାପଡିଛି ।

ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବ୍ୟକ୍ତିର ବେକରେ ସାପଟି ବ୍ରାଣ୍ଡେଡ ଷ୍ଟଲ୍ ପରି ଦୃଶ୍ୟ ହେଉଛି । ପାଖରେ ବସିଥିବା ଲୋକମାନଙ୍କୁ ମଧ୍ୟ ଜଣାନଥିଲା ଯେ, ତାହା ମାସ୍କ ନୁହେଁ ବରଂ ସାପ । ଯେତେବେଳେ ସାପଟି ବ୍ୟକ୍ତିଙ୍କ ବେକରୁ ବାହାରି ହାତକୁ ଆସିଲା, ସେବେ ଲୋକମାନେ ଏହା ବିଷୟରେ ଜାଣିବାକୁ ପାଇଲେ କି ଏହା ସାପ । ଉକ୍ତ ବ୍ୟକ୍ତିଙ୍କ ନାମରେ ରୁଜୁ ହୋଇଥିବା ବେଳେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.