fbpx
BJD SKY
BJD SKY

ବ୍ୟାଙ୍କରେ ନୂଆ ନିଯୁକ୍ତି: ଏହି ପଦ ପାଇଁ ଆବେଦନ କରି ପାରିବେ ଦ୍ୱାଦଶ ପାସ ପ୍ରାର୍ଥୀ

BJD

ବ୍ୟାଙ୍କରେ ନିଯୁକ୍ତି ପାଇବା ପାଇଁ ଅନେକ ପ୍ରାର୍ଥୀଙ୍କର ଇଚ୍ଛା ରହିଥାଏ । କିନ୍ତୁ ବିଭିନ୍ନ କାରଣ ପାଇଁ ବ୍ୟାଙ୍କରେ ଚାକିରି ପାଇବା କଷ୍ଟକର ହୋଇପଡିଛି । କିନ୍ତୁ ବନ୍ଧନ ବ୍ୟାଙ୍କ ଆଣିଛି ଏକ ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଜରିଆରେ ଆବେଦନ କରିପାରିବେ । ଏଥିପାଇଁ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ପୋର୍ଟାଲ ଦ୍ଭମଗ୍ଦ.ଶକ୍ଟଙ୍ଖ.ସଦ୍ଭକୁ ଯାଆନ୍ତୁ । ଏହି ଆବେଦନର ଶେଷ ତାରିଖ ୨୯ ଏପ୍ରିଲ ଧାର୍ଯ୍ୟ ହୋଇଛି । ବ୍ୟାଙ୍କରେ ଡାଟା ଏଣ୍ଟ୍ରି ଅପରେଟରରେ ମୋଟ ୩୯ ପଦ ପାଇଁ ପ୍ରାର୍ଥୀ ଚୟନ ଆରମ୍ଭ ହୋଇଛି ।

ତେବେ ଏହି ପଦ ପାଇଁ ପ୍ରାର୍ଥୀମାନେ ଦ୍ୱାଦଶ ପ।।ସ ହୋଇଥିବା ଆବଶ୍ୟକ ଏବଂ ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୨୯ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏନସିଏସ ପୋର୍ଟାଲ ଦ୍ୱାରା ଆବେଦନ କରିପାରିବେ । ଏହାପରେ କେଡେନ୍ସିଆଲ୍ସ ଦେଇ ପଞ୍ଜୀକରଣ କରିବା ସହିତ ନିଜ ୟୁଜର ଏବଂ ପାସୱାର୍ଡ ଦ୍ୱାରା ଲଗଇନ କରି ଆବେଦନ ଭରି ସବମିଟ କରନ୍ତୁ । ତେବେ ନିଯୁକ୍ତି ସମ୍ବନ୍ଧୀୟ କୌଣସି ଅଧିକ ସୂଚନା ପାଇଁ ବ୍ୟାଙ୍କ ସହିତ ଯୋଗାଯୋଗ କରିପାରିବେ । ଏହାଦ୍ୱାରା ପୋର୍ଟାଲରେ ଦିଆଯାଇଥିବା ମୋବାଇଲ ନମ୍ବର(୯୭୪୮୩୩୦୩୩୮) ଦ୍ୱାରା ମଧ୍ୟ ସମ୍ପର୍କ କରିପାରିବେ ।

Get real time updates directly on you device, subscribe now.