fbpx

ବଜ୍ରପାତ ନେଇଗଲା ୧୩ଟି ମୂଲ୍ୟବାନ ଜୀବନ: ୧୨ରୁ ଅଧିକ ଗୁରୁତର

ବାଲେଶ୍ୱର: ଆଜି ସନ୍ଧ୍ୟାରେ ହଠାତ ସାରା ରାଜ୍ୟରେ ଦେକିବାକୁ ମିଳିଛି ତୁମ୍ବି ତୋଫାନ । ଟ୍ୱିନ ସିଟି କଟକ-ଭୁବନେଶ୍ୱରଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବିଜୁଳି ଭୟଙ୍କର ରୂପ ନେଇଥିଲା । ତେବେ ଏହି ବଜ୍ରପାତରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲାରେ ୧୩ଟି ଗାଈ ଏହି ବଜ୍ରପାତର ଶିକାର ହୋଇଥିବା ବେଳେ ଏବେ ବି ୧୨ରୁ ଅଧିକ ଗୁରୁତର ଅଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ପ୍ରତାପପୁରଠାରେ ବଜ୍ରାଘାତରେ ୧୩ଟି ଗୋରୁ ପ୍ରାଣ ହରାଇଛନ୍ତି । ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁରରେ ଅପରାହ୍ନରେ ହୋଇଥିବା ବଜ୍ରପାତ ମୃତ୍ୟୁର ତାଣ୍ଡବ ରଚିଛି । ଏକ ଅବ୍ୟବହୃତ ଘରେ ୨୫ରୁ ଅଧିକ ଗୋରୁ ରହିଥିଲେ । କିନ୍ତୁ ହଠାତ ଆକାଶରେ ଘୋଟି ଆସିଥିବା ଏହି ବଜ୍ରପାତରେ ସମସ୍ତ ଗୋରୁ ଟଳି ପଡିଥିଲେ । ବର୍ଷା ଛାଡିବା ପରେ ଗ୍ରାମବାସୀ ପଶୁ ଚିକିତ୍ସା ଅଦିକାରୀଙ୍କୁ ଖବର ଦେଇଥିଲେ । ତେବେ ସେତେବେଳକୁ ୧୩ ଗୋରୁ ମୃତ୍ୟୁବରଣ କରିଥିବା ବେଳେ ୧୨ରୁ ଅଧିକ ଗୋରୁ ଏବେ ବି ଗୁରୁତର ଥିବା ଜଣାଯାଇଛି ।

Get real time updates directly on you device, subscribe now.