fbpx

ନିର୍ବାଚନ ପୂର୍ବରୁ ଦାୟିତ୍ୱ ବଣ୍ଟନ: ୧୩ ଜଣ ନେତାଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦେଲେ ବିଜେଡି ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଏହି ଅବସରରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ନିକଟରେ ବିଜେଡି ଲୋକସଭା ଓ ବିଧାନସଭା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଗକୁ ପୁଣି ତାଲିକା ଜାରି କରିବ ।

ନିକଟରେ ବିଜେଡିରେ ଅନେକ ନେତାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ଏହା ମଧ୍ୟରେ ପୁଣି ୧୩ ଜଣ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନୁଗୁଳ, ପଦ୍ମପୁର, ଛେଣ୍ଡିପଦ ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, ସହ-ପର୍ଯ୍ୟବେକ୍ଷକ, ନିର୍ବାଚନ ସହ-ପର୍ଯ୍ୟବେକ୍ଷକ ଭାବେ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଦଳରେ ଉପସଭାପତି, ସାଧାରଣ ସମ୍ପାଦକ, ସୋସିଆଲ ମିଡ଼ିଆ ଇନ-ଚାର୍ଜ, କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଭାବେ କିଛି ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.