fbpx

୧୪ତମ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଲାଦାଖରୁ ତାଶି ଗ୍ୟାଲସନଙ୍କ ନାଁରେ ଲାଗିଲା ମୋହର, ଜାଣନ୍ତୁ କେଉଁ ସାଂସଦଙ୍କ କଟିଲା ଟକେଟ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ଏହାର ୧୪ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଦଳ କେବଳ କେନ୍ଦ୍ରଶାସିତ ପ୍ରଦେଶ ଲାଦାଖରେ ଏକମାତ୍ର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଆସନ ପାଇଁ ତାଶି ଗ୍ୟାଲସନ୍‌(Tashi Gyalson)ଙ୍କୁ ଟିକେଟ ଦେଇଛି । ଲାଦାଖର ବର୍ତ୍ତମାନର ସାଂସଦ ଜାମୟାଙ୍ଗ୍ ସେରିଙ୍ଗ୍ ନାମଗ୍ୟାଲ(Jamyang Tsering Namgyal)ଙ୍କ ଟିକେଟ କାଟି ତାଶି ଗ୍ୟାଲସନ୍ ନାଁରେ ମୋହର ଲଗାଇଛି । ଏନେଇ ଦଳର ରାଷ୍ଟ୍ରୀୟ ମହାସଚିବ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଏକ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

ଲାଦାଖ ଲୋକସଭା ଆସନ ପାଇଁ ବିଜେପିି ପ୍ରାର୍ଥୀ ଭାବେ ଚୟନ କରିଥିବା ତାଶି ଗ୍ୟାଲସନ୍ କିଏ ?

ତାଶି ଗ୍ୟଲେସନ୍ ପେଶାରେ ଜଣେ ଓକିଲ । ପରେ ସେ ରାଜନୀତି ଆଡ଼କୁ ମୁହାଁଇଛନ୍ତି । ସେ କ୍ୟାବିନେଟ୍ ମନ୍ତ୍ରୀ ପଦବୀରେ ଅଛନ୍ତି ଏବଂ ବର୍ତ୍ତମାନ ଲେହରେ ଲାଦାଖ ସ୍ୱୟଂଶାସିତ Hill Development Councile ର ଚେୟାରମ୍ୟାାନ୍‌/ସିଇସି ଅଛନ୍ତି । ଏହି ଆସନରେ ସେ କଂଗ୍ରେସ ନେତା ଏବଂ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ନୱାଙ୍ଗ ରିଗ୍‌ଜିନ୍ ଜୋରା(Nawang Rigzin Jora)ଙ୍କ ବିପକ୍ଷରେ ଲଢ଼ିବେ । ଅପରପକ୍ଷରେ ୨୦୧୯ରେ ଜାମୟାଙ୍ଗ୍ ସେରିଙ୍ଗ୍ ନାମଗ୍ୟାଲ ବିଜେପି ଟକେଟରୁ ଲାଦାଖ ଲୋକସଭା ଆସନରେ ବିଜୟୀ ହୋଇଥିଲେ । ୨୦୧୯ରେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ କରିବା ଏବଂ ଲାଦାଖକୁ ଏକ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଗଠନ କରିବା ନେଇ ବିପକ୍ଷଙ୍କ ବିରୋଧରେ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ ଯାହା ବେଶ ଚର୍ଚ୍ଚା ସାଉଁଟିଥିଲା । ତେବେ ଲାଦାଖ ଆସନରେ ମେ ୨୦ରେ ନିର୍ବାଚନ ହେବ ।

 

Get real time updates directly on you device, subscribe now.