fbpx

କେନ୍ଦ୍ରାପଡ଼ାରେ ଆଉ ୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ାରେ ଆଉ ୧୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୩ନୂଆ ଆକ୍ରାନ୍ତ କେନ୍ଦ୍ରାପଡ଼ାର ମହାକାଳପଡ଼ା, ସଦର ଓ କନିକା ବ୍ଲକର ବୋଲି ଜଣାପଡ଼ିଛି । କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ୧୩ଜଣ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁରତ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୩ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନାରେ ୪୭୮ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

 

Get real time updates directly on you device, subscribe now.