fbpx

ପହଞ୍ଚିବାର ୨୦ ମିନିଟ୍ ପୂର୍ବରୁ ଅଦୃଶ୍ୟ ହୋଇଗଲା ବିମାନ, ଆଜି ବି ରହସ୍ୟ ଘେରରେ

ଦୁନିଆରେ ଆଜି ବି କିଛି କଥା ରହସ୍ୟ ହୋଇ ରହିଛି, ଯାହାର ଖୁଲାସା ହୋଇପାରିନାହିଁ । ସେହିପରି ୨୦୧୬ ମସିହା ମେ ୧୮ ତାରିଖରେ ଇଜିପ୍ଟ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ହଠାତ୍ ଆକାଶରେ ଅଦୃଶ୍ୟ ହୋଇଥିଲା, ଯାହାର ସନ୍ଧାନ ବର୍ତ୍ତମାନ ସୁଦ୍ଧା ହୋଇପାରିଲା ନାହିଁ । ବିମାନରେ ସମୁଦାୟ ୬୬ ଜଣ ଲୋକ ଥିବା ବେଳେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ମାତ୍ର ୨୦ ମିନିଟ୍ ପୂର୍ବରୁ ତାହା ଅଦୃଶ୍ୟ ହୋଇଥିଲା । ବିମାନଟି ଆକାଶରୁ କୁଆଡେ ଗଲା, ତାହା ଆଜି ବି ରହସ୍ୟ ହୋଇ ରହିଛି । ତେବେ ଇଜିପ୍ଟ ଏୟାରଲାଇନ୍ସର ବିମାନ ଏୟାରବସ୍ ୩୨୦ ପ୍ୟାରିସରୁ ମିଶରର କାଇରୋ ସହରକୁ ଉଡାଣ ଭରିଥିଲା । ୪ ଘଣ୍ଟାର ଯାତ୍ରାରୁ ୩ ଘଣ୍ଟା ୪୦ ମିନିଟ୍ ସମାପ୍ତ ହୋଇଥିବା ବେଳେ ଅବତରଣ ପାଇଁ ମାତ୍ର ୨୦ ମିନିଟ୍ ବାକି ଥିଲା । ହଠାତ୍ ବିମାନଟି ଟ୍ରାଫିକ୍ କେନ୍ଦ୍ର ସହ ସମ୍ପର୍କ ହରାଇଥିଲା । ଏହା ପରେ ବିମାନଟି ଆକାଶରେ ଅଦୃଶ୍ୟ ହୋଇଗଲା ।

ତେବେ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିଛନ୍ତି ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ସେଭଳି କୌଣସି ସଙ୍କେତ ମିଳିନଥିଲା । ହୁଏତ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଅନୁମାନ କରାଗଲା । ଏନେଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲେ ହେଁ କିଛି ଲାଭ ମିଳିପାରିନଥିଲା । ଅନେକ ମାସ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବି କିଛି ସନ୍ଧାନ ମିଳିପାରି ନଥିଲା ।

Get real time updates directly on you device, subscribe now.