fbpx

ବାହୁବଳି ଅଭିନେତ୍ରୀଙ୍କ ସହ ପାକିସ୍ତାନ କ୍ରିକେଟରଙ୍କର ବାହାଘର , ଜାଣନ୍ତୁ କ’ଣ ସତ୍ୟ !

ବାହୁବଳିର ଅଭିନେତ୍ରୀ ତମନ୍ନା ଭାଟିଆ ଏହିଦିନରେ ତାଙ୍କ ବାହାଘରକୁ ନେଇ ବହୁତ ଚର୍ଚ୍ଚାରେ ରହୁଛନ୍ତି । ତମନ୍ନା ଭାଟିଆଙ୍କୁ ନେଇ ଏହି ଖବର ଆସିଥିଲା ଯେ ସେ କୁଆଡ଼େ ପାକିସ୍ତାନୀ କ୍ରୀକେଟର ଅବଦୁଲ ରଜ୍ଜାକଙ୍କ ସହ ବାହାଘର ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଏତିକି ନୁହେଁ, ଦୁଇ ଜଣଙ୍କର ଗୋଟଏ ଫୋଟ ମଧ୍ୟ ଭାଇରାଲ ହୋଇଛି ।ଭାଇରାଲ ହୋଇଥିବା ଫଟୋରେ ତମନ୍ନା ଭାଟିଆ ଏବଂ ଅବଦୁଲ ରଜ୍ଜାକ ଦୁଇଜଣ ଯାକ ଗହଣା ଦେଖୁଥିବାର ନଜର ଆସିଥିଲେ । ସେହି ଗହଣା ଦେଖୁଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ତମନ୍ନା ଭାଟିଆ ଗୋଟିଏ ଇଣ୍ଟରଭ୍ୟୁରେ ଏହାକୁ ମିଛ ଖବର ବୋଲି କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏବେ ଚଳଚିତ୍ର ପ୍ରତି ପୁରା ଧ୍ୟାନ ରହିଛି, ତ ବାହାଘର ହେବାର କୌଣସି ପ୍ଲାନ ନାହିଁ । ଅବଦୁଲ ରଜ୍ଜାକ ତାଙ୍କର ଜଣେ ଭଲ ବନ୍ଧୁ ଏବଂ ଏହି ଖବର ସେ ଗୁଜବ ବୋଲି ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.