fbpx
BJD SKY
BJD SKY

୧୩ ବିଦେଶ ଫେରନ୍ତା ଦେଇଛନ୍ତି ଭୁଲ୍ ଠିକଣା ଓ ମୋବାଇଲ୍ ନମ୍ବର, ଓମିକ୍ରନକୁ ନେଇ ବଢ଼ିଲା ଚିନ୍ତା

BJD

ମେରଠ: କୋଭିଡ୍ ଭୁତାଣୁର ନୂତନ ପ୍ରଜାତି ଓମିକ୍ରନ୍ କ୍ରୁ ନେଇ ସାରବ୍ୱିଶ୍ୱରେ ଭୟର ବାତାବରଣ ରହିଛି । ଡେଲଟା ଭାରିଆଣ୍ଟ୍ ଠାରୁ ମଧ୍ୟ ଦୁଇଗୁଣ ବେଗରେ ବ୍ୟାପୁଛି ଏହି ଓମିକ୍ରନ୍ ଭାରିଆଣ୍ଟ୍ । ତେଣୁ ବିଭିନ୍ନ ଦେଶରେ ଏହାକୁ ନେଇ ନୁତନ ଗାଇଡଲାଇନ୍ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ବିଦେଶ ଯାତ୍ରୀଙ୍କ ପାଇଁ ନୂତନ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । ବିମାନବନ୍ଦର ମାନଙ୍କରେ ସେମାନଙ୍କୁ ଯାଞ୍ଚ କରାଯାଉଛି ଓ କ୍ୱାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟତାମୁଳକ କରାଯାଇଛି । ହେଲେ୧୩ ଜଣ ବିଦେଶୀ ମେରଠରେ ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି । ସେମାନେ ନିଜର ଠିକଣା ଠାରୁ ଆରମ୍ଭ କରି ମୋବାଇଲ୍ ନମ୍ବର ପର୍ଯ୍ୟନ୍ତ ସବୁକିଛି ଭୁଲ୍ ତଥ୍ୟ ଦେଇଛନ୍ତି । ଏହାକୁ ନେଇ ଏବେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ।

ମେରଠର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଖିଳେଶ ମୋହନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନିକଟରେ ବିଦେଶରୁ ୨୯୭ ଜଣ ଯାତ୍ରୀ ଫେରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । କିନ୍ତୁ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ ୧୩ ଜଣ ଭୁଲ ଠିକଣା ଓ ମୋବାଇଲ୍ ନମ୍ବର ଦେଇଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ପ୍ରଶାସନ ସେମାନଙ୍କ ସମ୍ପର୍କରେ ଜାଣିବ ପାଇଁ ତଥ୍ୟ ଏକାଠି କରୁଛି ।

Get real time updates directly on you device, subscribe now.