fbpx

ସୋମବାରଠାରୁ ସୁପର ସାଇକ୍ଲୋନ: ବିଷ୍ଣୁ ସେଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ଆରମ୍ଭ ରୁ ଆଜି ବି ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ବିରୋଧୀମାନେ ହୋହଲ୍ଲା ଓ ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଗୃହରେ ପୂଜକ ବେଶରେ ଗଙ୍ଗାଜଳ ଛିଞ୍ଚିଥିଲେ ତାରା ବାହିନୀପତି । ତାରାଙ୍କ ପୂଜକ ବେଶ ସାଙ୍ଗକୁ ଘଣ୍ଟମାଡ଼ରେ କମ୍ପିଉଠିଥିଲା ଗୃହ । ଫଳରେ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଗୃହ ମୁଲତବୀ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ମନ୍ତ୍ରୀଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛୁ । ଯଦି ସରକାର ନକରିବେ ବିଧାନସଭାରେ ସୁପର ସାଇକ୍ଲୋନ ହେବ । ଏହି ପ୍ରତିବାଦ ଆଗକୁ ଆହୁରି ଜୋରଦାର ହେବ ।’

Get real time updates directly on you device, subscribe now.