fbpx

ଟ୍ରାଫିକ୍ ପୋଲିସ୍ ଛଡ଼ାଇ ପାରିବେନି ଆପଣଙ୍କ ଗାଡ଼ି ଚାବି, ଜାଣିରଖନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଳାଉଛନ୍ତି ତାହେଲେ ଏକଥା ଆପଣ ନିଶ୍ଚିତ ରୂପେ ଜାଣିଥିବେ ଯେ, ଅନେକ ଥର ଟ୍ରାଫିକ୍ ପୋଲିସ୍ ଚେକିଂ ସମୟରେ ଗାଡ଼ିରୁ ଚାବି କାଢ଼ି ନିଅନ୍ତି । ହେଲେ କଣ ଆପଣ ଜାଣନ୍ତି କି ଏପରି କରିବାର ଅଧିକାର ଟ୍ରାଫିକ୍ ପୋଲିସ୍ ପାଖରେ ନାହିଁ । ଯଦି ଆପଣ ମାନେ କେବେ ଏପରି କିଛି ସମସ୍ୟାରେ ପଡ଼ନ୍ତି ତାହେଲେ ଏହି ଖବରକୁ ନିଶ୍ଚିତ ଭାବରେ ପଢ଼ନ୍ତୁ । କଣ କହୁଛି ନିୟମ?

ଜାଣି ରଖନ୍ତୁ ଯେ, ଟ୍ରାଫିକ୍ ପୋଲିସ୍ ପାଖରେ ଆପଣଙ୍କ ଗାଡ଼ିରୁ ଚାବି ଛଡ଼ାଇ ନେବାର ଅଧିକାର ନଥାଏ । ଖାଲି ସେତିକି ନୁହେଁ ସେମାନେ ଆପଣଙ୍କ ଗାଡ଼ିର ଟାୟାର୍ ରୁ ହାୱା ମଧ୍ୟ ବାହାର କରିପାରିବେ ନାହିଁ କି ଖରାପ ଶବ୍ଦ ବ୍ୟବହାର କରି ଗାଳି ମଧ୍ୟ ଦେବାର ଅଧିକାର ଟ୍ରାଫିକ୍ ପୋଲିସ୍ ପାଖରେ ନାହିଁ । ଯଦି ଆପଣଙ୍କ ସହିତ ଗାଡ଼ି ଚେକିଂ ସମୟରେ ଏହିଭଳି କିଛି ଘଟୁଛି ତେବେ ଆପଣ ସଜାଗ ହୋଇ ସେ ସମୟର ଏକ ଭିଡିଓ କରିଦିଅନ୍ତୁ । ଏହାପରେ ନିକଟ ପୋଲିସ୍ ଥାନାକୁ ଯାଇ ବରିଷ୍ଠ ଅଧିକାରୀଙ୍କ ପାଖରେ ଯାଇ ଅଭିଯୋଗ କରନ୍ତୁ ।

କାରଣ ମୋଟର ଯାନ ଅଧିନିୟମ ୨୦୧୯ରେ ଟ୍ରାଫିକ୍ ପୋଲିସ୍ ଏପରି କିଛି ବି କରିପାରିବେ ନାହିଁ । ଏଥିପାଇଁ ସେମାନଙ୍କ ପାଖରେ ଅନୁମତି ନାହିଁ । ଏହି ଆକ୍ଟ ଆଧାରରେ କୌଣସି ଟ୍ରାଫିକ୍ ପୋଲିସ୍ କର୍ମୀ ଆପଣଙ୍କ ସହ ଗୁଣ୍ଡାଗର୍ଦ୍ଦି କରିପାରିବେ ନାହିଁ ।

Get real time updates directly on you device, subscribe now.