fbpx

ପ୍ରତିଦିନ ଚେକଅପ୍, ୭ମ ଦିନରେ RT-PCR ଟେଷ୍ଟ; ଏପରି ରହିଛି BMCର ନୂଆ ଗାଇଡଲାଇନ୍

ମୁମ୍ବାଇ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦେଶ-ବିଦେଶରେ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଉଛି । ୧୫ରୁ ଅଧିକ ଦେଶରେ ନୂଆ ଭାରିଆଣ୍ଟର ମାମଲା ଚିହ୍ନଟ ହୋଇଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ମଧ୍ୟ ଓମିକ୍ରନକୁ ଦୃଷ୍ଟି ରଖି ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ମୁମ୍ବାଇରେ ବି ବର୍ତ୍ତମାନ ସୁଦ୍ଧା ୯ ଅନ୍ତର୍ଜାତୀୟ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିପଦକୁ ଦୃଷ୍ଟି ରଖି ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ବା BMC ହୋମ୍ କ୍ୱାରେଣ୍ଟାଇନକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି ।

BMCର କହିବା ମୁତାବକ, ଏହି ନୂଆ ଗାଇଡଲାଇନ୍ ଯୋଗେ ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ଅଧିକ ସତର୍କତା ସହିତ ଟ୍ରାକ୍ କରାଯାଇପାରିବ । ଗାଇଡଲାଇନ୍ ଅନୁସାରେ, ପ୍ରତିଦିନ ସକାଳରେ ବିମାନବନ୍ଦରର ସିଇଓ ୨୪ ଘଣ୍ଟା ମଧ୍ୟରେ ବିପଦ ଓ ଅଧିକ ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେବେ ।

ଗାଇଡଲାଇନରେ କୁହାଯାଇଛି ଯେ, କୋଭିଡ ୱାର୍ଡ ରୁମ ଅଧିକାରୀମାନେ ଦିନରେ ୫ ଥର ଯାତ୍ରୀଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ନେବ । ୱାର୍ଡ ଅଧିକାରୀମାନେ ହୋମ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ବିଷୟରେ ସୋସାଇଟର ସେକ୍ରେଟେରୀଙ୍କୁ ନୋଟିସ ଜାରି କରିବେ ଓ ବ୍ୟକ୍ତିଙ୍କ ନିକଟକୁ ଅନ୍ୟ କେହି ଯିବା ଉପରେ ପ୍ରତିବନ୍ଧକ ଲଗାଇବେ । ଡାକ୍ତରୀ ଟିମ୍ ଏପରି ଲୋକଙ୍କୁ ପ୍ରତିଦିନ ଚେକଅପ୍ କରିବାକୁ ଯିବେ । ହୋମ୍ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କର ପ୍ରତି ୭ ଦିନରେ ଥରେ RT-PCR ଟେଷ୍ଟ କରାଯିବ । ଯଦି କେହି ଏହାକୁ ମନା କରନ୍ତି କିମ୍ବା ଉଲ୍ଲଂଘନ କରନ୍ତି, ତେବେ ମହାମାରୀ ଆକ୍ଟ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ।

Get real time updates directly on you device, subscribe now.