fbpx
BJD SKY
BJD SKY

କର୍ଣ୍ଣାଟକର ପ୍ରଥମ ଓମିକ୍ରନ୍ ପଜିଟିଭ୍ ଫେରାର୍, ଫେକ୍ ନେଗେଟିଭ୍ ରିପୋର୍ଟ ଦେଖାଇ ମାରିଛନ୍ତି ଚମ୍ପଟ

BJD

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ପ୍ରଥମ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ହେଲେ ଶୁକ୍ରବାର ଦିନ ସେ କେଉଁ ଆଡେ ଫେରାର୍ ହୋଇଯାଇଛନ୍ତି । ଏକ ପ୍ରାଇଭେଟ୍ ଲ୍ୟାବ୍ ରେ ନେଗେଟିଭ୍ ରିପୋର୍ଟ ପ୍ରସ୍ତୁତ କରି ସେ ଫେରାର୍ ହୋଇଯାଇଛନ୍ତି । ଏନେଇ କର୍ଣ୍ଣାଟକ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଉକ୍ତ ବ୍ୟକ୍ତି ଜଣକ ଦୁବାଇକୁ ଚମ୍ପଟ ମାରିଥିବା କୁହାଯାଉଛି ।

କର୍ଣ୍ଣାଟକର ରାଜସ୍ୱ ମନ୍ତ୍ରୀ ଆର ଅଶୋକ କହିଛନ୍ତି ଯେ, ଏନେଇ ଏକ ମାମଲା ରୁଜୁ ହୋଇଛି । ଉକ୍ତ ବ୍ୟକ୍ତି ଯେଉଁ ହୋଟେଲରେ ରହିଥିଲା ସେଠାରେ ଏପରି କଣ ହୋଇଥିଲା ଯେ, ଓମିକ୍ରନ୍ ପଜିଟିଭ୍ ଜଣକ ଫେରାର୍ ହୋଇଯାଇଛନ୍ତି, ସେନେଇ ତଦନ୍ତ କରାଯାଉଛି । ପ୍ରଥମ ୬୬ ବର୍ଷିୟ ଓମିକ୍ରନ୍ ସଂକ୍ରମିତ ଦକ୍ଷିଣ ଆଫ୍ରିକାରୁ ନଭେମ୍ବର ୨୦ ତାରିଖରେ ଫେରିଥିଲେ ।

Get real time updates directly on you device, subscribe now.