fbpx

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ ବା ASSO

ନୟାଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ନୟାଗଡ଼ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଏସଏସଓ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ ହୋଇଛି । ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଓଡ଼ଗାଁ ଘର, ନୟାଗଡ଼ ସହରରେ ଥିବା ଘର, ବିରୁଡ଼ା ଗାଁରେ ଥିବା ପୈତୃକ ଘରେ ଚଢ଼ାଉ ଜାରି ରହିଛି । ନୟାଗଡ଼ ସରକାରୀ କାର୍ଯ୍ୟାଳୟରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଓ ୩ଟି ୩ ଚକିଆ ଗାଡ଼ି ଜବତ ହୋଇଛି । ୪ ଡିଏସପି, ୮ ଇନିସପେକ୍ଟର, ଜଣେ ଏସଆଇ ଓ ୪ ଏଏସଆଇଙ୍କୁ ନେଇ ଚାଲିଛି ରେଡ୍ ।

Get real time updates directly on you device, subscribe now.