fbpx

ମୋ ପେଟରେ ଲକ୍ଷ୍ମଣର ଛୁଆ; ନ୍ୟାୟ ମାଗୁଛି ୧୩ ବର୍ଷର ନାବାଳିକା

ରାଉରକେଲା (ଓଡ଼ିଶା ଭାସ୍କର): ୧୩ ବର୍ଷୀୟ ବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଅନ୍ତସତ୍ତ୍ୱା କରି ଫେରାର ହୋଇଯାଇଛି ପ୍ରେମିକ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ୬ ମାସର ଅନ୍ତଃସତ୍ତ୍ୱା କରି ଫେରାର ହୋଇଯାଇଛି ପ୍ରେମିକ । ରାଉରକେଲାରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ବର୍ତ୍ତମାନ ନାବାଳିକା ଜଣକ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଲମ୍ଫଟ ପ୍ରେମିକ ଫେରାର ରହିଛି ।

ଏହି ଆଦିବାସୀ ଯୁବତୀଙ୍କ ସହିତ ଲକ୍ଷ୍ମଣ ନାମକ ଯୁବକ ଜଣକ ବଳପୂର୍ବକ ସମ୍ପର୍କ ସ୍ଥାପନ କରିଥିଲା । ନାବାଳିକା ଜଣକ ଘରେ ଜଣାଇବା ନେଇ କହିବା ପରେ ବିବାହର ପ୍ରତିଶ୍ରୁତି ଦେଇଥିଲା ଲକ୍ଷ୍ମଣ । ତେବେ ନାବାଳିକା ବର୍ତ୍ତମାନ ଗର୍ଭବତୀ ରହିଥିବା ବେଳେ ଯୁବକର ପରିବାର ଅନ୍ୟତ୍ର ପ୍ରସ୍ତାବ ଦେଖୁଛନ୍ତି । ଏପରି ସ୍ଥଳେ ନ୍ୟାୟ ଆଶାରେ ୬ ମାସର ଗର୍ଭବତୀ ନାବାଳିକା ଜଣଙ୍କ ରାଉରକେଲା ମହିଳା ଥାନାରେ ଅଭିଯୋଗ କରିଛି ।

Get real time updates directly on you device, subscribe now.