fbpx

ପବଜି ନିଶାରେ ୧୩ ବର୍ଷର ବାଳକ ଉଡ଼ାଇଲା ୩ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ମାମଲା

Advertisement

ଜୟପୁର: ଆଜିକା ସମୟରେ ପିଲାମାନଙ୍କର ନିଶା ପାଲଟିଗଲାଣି ମୋବାଇଲ୍ ଫୋନ୍ ଗେମ୍ । ପିଲାମାନେ ପାଠ କମ୍ ମୋବାଇଳ୍ ଗେମରେ ଅଧିକ ସମୟ ବିତାଉଛନ୍ତି । ଏବେ ଏହାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳୁଛି । ରାଜସ୍ଥାନର ଝାଲାବାଡ଼ ସହରର ଗୋଟିଏ ୧୩ ବର୍ଷର ବାଳକ ପବଜି ଖେଲିବା ନିଶାରେ ଘରୁ ୩ ଲକ୍ଷ ଟଙ୍କା ଖାଲି କରିଦେଇଛି । ଏହି ମାମଲାରେ ଘରର ପଡୋଶୀଙ୍କ ନାଁରେ ଅଭିଯୋଗ ହୋଇଛି ।

ସୂଚନା କ୍ରମେ, ଝାଲାବାଡ଼ ସହରର ଗାଗାରୋନ୍ ରୋଡରେ ରହୁଥିବା ଜଣେ ନାବାଳକ ପବଜି ଖେଳ ନିଶାରେ ଏତେ ମଜିଯାଇଥିଲା ଯେ, ଖେଳ ପିଛା ୩ ଲକ୍ଷ ଟଙ୍କା ଉଡ଼ାଇଦେଇଛି । ତେବେ ପରିବାର ଲୋକେ ଏନେଇ ପଡୋଶୀରେ ରହୁଥିବା ଯୁବକ ନାମରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଇ-ମିତ୍ର ଚଳାଉଥିବା ପଡୋଶୀ ଘର ଯୁବକ ଏହାର ଫାଇଦା ଉଠୋଇ ତିନି ଲକ୍ଷ ଟଙ୍କା ଠକେଇ କରିନେଇଛି ।

ଖାଲି ସେତିକି ନୁହେଁ -ଇ-ମିତ୍ର ଚଳାଉଥିବା ଯୁବକ ୧୩ ବର୍ଷିୟ ନାବାଳକକୁ ଘରୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲା ଓ ନିଜର ରେଫରେଲ୍ କୋଡ୍ ଦ୍ୱାରା ଗେମରେ ଥିବା ଇକ୍ୱିପମେଣ୍ଟ କିଣୁଥିଲା । ଟଙ୍କା ନ ଆଣିଲେ ତାପରଦିନ ଡବଲ୍ ଦାମ୍ ନେବ ବୋଲି ଧମକ ମଧ୍ୟ ଦେଉଥିଲା । ଏଭଳି କିଛି ଅଭିଯୋଗ କରିଛନ୍ତି ନାବାଳକର ପରିବାର ଲୋକେ ।

ନାବାଳକର କହିବା କଥା ଯେ, ଉକ୍ତ ପଡୋଶୀ ଯୁବକ ଟଙ୍କା ଆଣିବା ପାଇଁ ତାର ବାପାଙ୍କ ଆଧାର କାର୍ଡ, ପାନ୍ କାର୍ଡ, ମୋବାଇଲ୍ ନମ୍ବର ଓ ଆକାଉଣ୍ଟ ନମ୍ବର ଆଦି ଆଣିବାକୁ କହିଥିଲା । ଅଭିଯୁକ୍ତ ପେଟିଏମ୍ ରେ ନାବାଳକର ବାପାଙ୍କ ଏକ ନୁତନ ଆକାଉଣ୍ଟ ଖୋଲିଥିଲା ଓ ତାହା ଜରିଆରେ ୩ ଲକ୍ଷ ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି । ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.