fbpx
BJD SKY
BJD SKY

ସଫା କରିବାକୁ ଯାଇ ସ୍ତ୍ରୀ ଧୋଇଦେଲା ଲାପଟପ୍ ଓ ମୋବାଇଲ୍, ରାଗରେ ଆସି ସ୍ୱାମୀ କଲା ଏଭଳି କାମ

BJD

ବେଙ୍ଗାଲୁରୁ: ଘରର ସବୁ ଜିନିଷ ସଫା କରିବା ଯାଇ ସ୍ୱାମୀର ଲାପଟପ୍ ଓ ମୋବାଇଲ୍ ଫୋନ୍ କୁ ବି ସଫା କରି ଦେଇଛି ସ୍ତ୍ରୀ । ପ୍ରକୃତରେ କହିବାକୁ ଗଲେ ଆବ୍ସୋସିଭ୍ କମ୍ପଲ୍ସିଭ୍ ଡିସଅର୍ଡର୍(ଓସିଡି), ଏହାକୁ ସାଧାରଣ ଭାବରେ କହିଲେ ଏହା ହେଉଛି ଏକ ମାନସିକ ରୋଗ । ଏଥିରେ ଆକ୍ରାନ୍ତ ଥିବା ବ୍ୟକ୍ତି କୌଣସି କାମକୁ ଡର ଓ ଭୟରେ ଆସି ବାରମ୍ବାର କରିବାକୁ ଲାଗେ । ସେହିପରି ବେଙ୍ଗାଲୁରୁର ଜଣେ ମହିଳା ଏହି ରୋଗର ଶିକାର ହୋଇଛନ୍ତି । ଫଳରେ ସେ ସବୁ ଜିନିଷକୁ ବାରମ୍ବାର ସଫା କରୁଛନ୍ତି । ଆଉ ଏଥିରେ ଅତିଷ୍ଠ ହୋଇ ତାଙ୍କ ସ୍ୱାମୀ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ।

ସୂଚନା ଅନୁସାରେ, ସନ୍ଧ୍ୟା ଓ ଗିରିଶ ୨୦୦୯ ମସିହାରେ ବିବାହ କରିଥିଲେ । ବିବାହ ପରେ ସେମାନେ ଇଂଲଣ୍ଡରେ ରହୁଥିଲେ । ସବୁ କିଛି ଠିକଠାକ୍ ଚାଲିଥିଲା । ତେବେ ତାଙ୍କ ମାମଲାର ସାମଧାନ କରୁଥିବା ବେଙ୍ଗାଲୁରୁ ସିଟି ପୋଲିସ୍ ରେ ସିନିୟର୍ କାଉନ୍ସିଲ୍ ବିଏସ୍ ସରସ୍ୱତୀ କହିଛନ୍ତି ଯେ, ସେମାନଙ୍କର ପ୍ରଥମ ସନ୍ତାନ ପରେ ସମସ୍ୟା ଦେଖାଦେବା ଆରମ୍ଭ ହୋଇଥିଲା । ତାଙ୍କ ସ୍ତ୍ରୀ ବାରମ୍ବାର ଜୋତା ଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ପର୍ଯ୍ୟନ୍ତ ସବୁକିଛି କୁ ସଫା କରିବାକୁ ବାଧ୍ୟ କରୁଥିଲେ ଓ ବେଳେ କରି ମଦ୍ୟ ଦେଉଥିଲେ । ଏଥିରେ ଗିରିଶ ଖୁବ୍ ଅତିଷ୍ଟ ହେଉଥିଲେ । ବ୍ରିଟେନ ରୁ ଫେରିବା ପରେ ଏକ ପାରିବାରିକ କାଉନ୍ସିଲିଂ ସହାୟତା ନେବା ପରେ ସ୍ଥିତି ସୁଧୁରିଥିଲ।। ଏବେ ସେମାନେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, କୋଭିଡ୍ ପରଠାରୁ ସନ୍ଧ୍ୟାଙ୍କ ଠାରେ ଓସିଡି ବଢ଼ିବାକୁ ଲାଗିଥବଲା । ସେ ବାରମ୍ବାର ଘରର ସବୁ ଜିନିଷକୁ ସଫା କରୁଥିଲେ ଓ ସାନିଟାଇଜ୍ କରୁଥିଲେ । ଲକଡାଉନ୍ ସମୟରେ ତାଙ୍କ ସ୍ୱାମୀ ଘରେ ରହି କାମ କରୁଥିଲେ । ଏହି ସମୟରେ ଗିରିଶଙ୍କ ପତ୍ନୀ ତାଙ୍କ ମୋବାଇଲ୍ ଫୋନ୍ ଓ ଲାପଟପ୍ କୁ ହିଁ ଧୋଇଦେଇଥିଲେ । ଅଭିଯୋଗରେ ତାଙ୍କ ସ୍ୱାମୀ କହିଛନ୍ତି ଯେ, ତାଙ୍କ ପତ୍ନୀ ଦିନରେ ୬ରୁ ଅଧିକ ଥର ଗାଧୋଉଛନ୍ତି ଓ ଗାଧୋଉଥିବା ସାବୁନକୁ ଧୋଇବାକୁ ଆଉ ଏକ ସାବୁନର ବ୍ୟବହାର କରୁଛନ୍ତି ।

Get real time updates directly on you device, subscribe now.