fbpx

ଜାଣନ୍ତୁ ଓମିକ୍ରନ କୋଭିଡ୍ ଭାରିଆଣ୍ଟ ବିଷୟରେ ଅନେକ ଜଣା ଓ ଅଜଣା ତଥ୍ୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରଥମ କେସ୍ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । ତେବେ ଏହି ଭୟଙ୍କର ଭାରିଆଣ୍ଟ ବର୍ତ୍ତମାନ ବିଶ୍ୱର ୨୦ଟି ଦେଶକୁ ବ୍ୟାପି ସାରିଲାଣି । ଗତ ଏକ ସପ୍ତାହ ପୂର୍ବରୁ ଏହାର ନାମକରଣ କରାଯାଇଥିବା ବେଳେ ଏହାର ପ୍ରଭାବ ବିଷୟରେ ଜାଣିବା ପାଇଁ ସମୟ ଲାଗିବ । ତେବେ ବିଶେଷଜ୍ଞମାନେ ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଚାରିଆଡ଼େ ଏହାକୁ ନେଇ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା ଓମିକ୍ରନ ବିଷୟରେ କିଛି ଜଣା ଓ ଅଜଣା ତଥ୍ୟ ।

ନୂଆ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏହାକୁ ‘ଭାରିଆଣ୍ଟ ଅଫ୍ କନସର୍ଣ୍ଣ’ ନାମରେ ନାମିତ କରାଯାଇଥିଲା । ଦକ୍ଷିଣ ଆଫ୍ରିକାର ଗୌଟେଙ୍ଗ ଓ ଜୋହାନ୍ସବର୍ଗରେ ବର୍ତ୍ତମାନ ଏକାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏହା କେତେମାତ୍ରାରେ ଭୟଙ୍କର ଓ କୋଭିଡ ଭ୍ୟାକ୍ସିନକୁ କଣ୍ଟ୍ରୋଲ କରିବାରେ ଏହା କିପରି ପ୍ରଭାବୀ ରହିବ, ତାହା ଉପରେ ରିସର୍ଚ୍ଚରମାନେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏନେଇ ଅଧିକ ତଥ୍ୟ ପାଇବାକୁ ହେଲେ ଆମକୁ କିଛି ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ ବୋଲି ହୁ ପକ୍ଷରୁ କୁହାଯାଇଛି । ୟୁରୋପୀୟ ରୋଗ ନିବାରଣ ସଂସ୍ଥା (ଇସିଡିସି) ପକ୍ଷରୁ କୁହାଯାଇଛି ଯେ, ଯଦି ଆଫ୍ରିକାନ୍ ଭାରିଆଣ୍ଟ ୟୁରୋପରେ ପୁଣି ଉତ୍ପନ୍ନ ହୁଏ, ତେବେ ଆଗାମୀ କିଛି ମାସ ମଧ୍ୟରେ ଏହା ସଂକ୍ରମଣକୁ ବହୁମାତ୍ରାରେ ବୃଦ୍ଧି କରିବ । ସେହିପରି ୟାମେରିକାର ଏକ୍ସପର୍ଟ ଏରିକ୍ ଟୋପୋଲ କହିଛନ୍ତି ଯେ, ଓମିକ୍ରନର ବିସ୍ତାର ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ସାମନାକୁ ଆସିନାହିଁ । ଯେଉଁମାନେ ଭାକ୍ସିନେଟେଡ ହେବା ସହ ଇମ୍ୟୁନିଟି ହାସଲ କରିସାରିଛନ୍ତି, ସେମାନଙ୍କ କ୍ଷେତ୍ରରେ କ’ଣ ପ୍ରଭାବ ପଡ଼ିବ ମଧ୍ୟ ଦ୍ୱନ୍ଦ୍ୱ ମଧ୍ୟରେ ରହିଥିବା ସେ କହିଛନ୍ତି ।

ଏନେଇ ଦକ୍ଷିଣ ଆଫ୍ରିକାର ଜଣେ ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସେ ୩୦ ଜଣ ରୋଗୀଙ୍କୁ ଚିକିତ୍ସା କରିସାରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ ହୋଇଥିବାରୁ ସଂକ୍ରମଣ ଆଶଙ୍କା କମ୍ ରହିଛି । ତେବେ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ବର୍ତ୍ତମାନ ଓମିକ୍ରନକୁ ନେଇ ଉଠୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିବାରେ ବ୍ୟସ୍ତ ଥିବା ବେଳେ ଏଭଳି ପରିସ୍ଥିତିକୁ ‘ଷ୍ଟ୍ରୋକ୍ ଅଫ୍ ଲକ୍’ ବୋଲି ସେ ଅଭିହିତ କରିଛନ୍ତି ।

Get real time updates directly on you device, subscribe now.