fbpx

ଦେଶରେ ବ୍ୟାପୁଛି ଆଉ ଏକ ନୂଆ ଜ୍ୱର: ୧୩୦ ଶିଶୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କରୋନା, ଡେଙ୍ଗୁ ଏବଂ ନିପା ପରେ ଦେଶରେ ଆଉ ଏକ ଭାଇରସ ବ୍ୟାପିବାରେ ଲାଗିଛି । ପଶ୍ଚିମବଙ୍ଗରେ ଏକ ନୂତନ ଜ୍ୱର ଏହାର କାୟା ମେଲାଇବାରେ ଲାଗିଛି । ପଶ୍ଚିମବଙ୍ଗ ଅନ୍ତର୍ଗତ ଜଲପାଇଗୁଡି ଜିଲ୍ଲାରେ ଏହି ଅଜଣା ଜର ତାର ଆତଙ୍କ ଖେଳାଇବାରେ ଲାଗିଛି । ଇନଫ୍ଲୁଏଞ୍ଜା ପରି ଲକ୍ଷଣ ରହିଥିବା ଏହି ଜ୍ୱରରେ ୧୩୦ ଜଣ ଶିଶୁ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପ୍ରାୟ ୧-୪ ବର୍ଷ ବୟସର ଶିଶୁ ମାନେ ଏହି ରୋଗର ଶିକାର ହୋଇଛନ୍ତି । ଦେହରେ ଉତ୍ତାପ ଆସିବା ସହିତ କଫ ଏବଂ କାଶ ପରି ଲକ୍ଷଣ ମଧ୍ୟ ରହୁଛି । ସମସ୍ତ ଆକ୍ରାନ୍ତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କୋଭିଡ ପରୀକ୍ଷଣ ମଧ୍ୟ କରାଯାଉଛି । ୮୦-୯୦ ପ୍ରତିଶତ ଆକ୍ରାନ୍ତଙ୍କ ଆଣ୍ଟିଜେନ ଟେଷ୍ଟ ହୋଇ ସାରିଥିବା ବେଳେ ଏହା ମଧ୍ୟରୁ ଜଣଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବା ଅଧିକ ପରୀକ୍ଷଣ ଚାଲିଥିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.