fbpx
BJD SKY
BJD SKY

GPLF Bargarh ପକ୍ଷରୁ ବାହାରିଲା ୧୩୭ଟି ପଦବୀ, ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ

BJD

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଗ୍ରାମ ପଞ୍ଚାୟତ ଲେବଲ ଫେଡେରେସନ (ଜିପିଏଲଏଫ) ବରଗଡ଼ ପକ୍ଷରୁ ୧୩୭ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ, ଯୁକ୍ତଦୁଇ ପାସ୍ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ୨୦୨୩ ମସିହା ଫେବୃଆରୀ ମାସ ୧ ତାରିଖ ସୁଦ୍ଧା ସର୍ବନିମ୍ନ ୧୮ ବର୍ଷ ହୋଇଥିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀମାନେ ଫେବୃଆରୀ ମାସ ୧୦ ତାରିଖରୁ ୨୪ ତାରିଖ ମଧ୍ୟରେ ଆବେଦନ କରିପାରିବେ । ୨୪ ତାରିଖ ସନ୍ଧ୍ୟା ୫.୩୦ ସମୟ ସୁଦ୍ଧା ପ୍ରାର୍ଥୀଙ୍କର ଆବେଦନ ପତ୍ର ଗ୍ରହଣ କରାଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କରୁ ଆବେଦନ ପତ୍ର ଡାଉନଲୋଡ୍ କରିପାରିବେ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-GPLF-Bargarh-Community-Support-Staff-Posts.pdf

ୱେବସାଇଟ୍ ଲିଙ୍କ: https://bargarh.nic.in/

Get real time updates directly on you device, subscribe now.