fbpx

ଦିଲ୍ଲୀ ଆସୁଥିଲେ ୧୪ ଜାପାନୀ ପର୍ଯ୍ୟଟକ: ୟୁପି ସୀମାରେ ଅଟକାଇଲା ପୋଲିସ

ନୂଆଦିଲ୍ଲୀ,୨୭ ।୩: କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଜାରି ହୋଇଛି । ହେଲେ ବି ଲୋକମାନେ ନିଜ କାର୍ଯ୍ୟରୁ ବିରତ ହେଉନାହାନ୍ତି । ଏପରି ଏକ ଘଟଣା ଆଜି ଦିଲ୍ଲୀ-ଗାଜିଆବାଦ ସୀମାରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଦିଲ୍ଲୀ ଆସୁଥିବା ଏକ ବସକୁ ସୀମାରେ ଅଟକାଇଥିଲା ପୋଲିସ, ଯେଉଁଥିରେ ୧୪ ଜାପାନୀ ଥିବା ଜଣାପଡିଛି ।

ବସର ଚାଳକ ଦେବେନ୍ଦ୍ର ନେଗୀ କହିଛନ୍ତି ଯେ, ହୃଷିକେଶର ଏକ ଯୋଗ କେନ୍ଦ୍ରରୁ ଏହି ପର୍ଯ୍ୟଟକଙ୍କୁ ଆଣି ପହାଡଗଞ୍ଜରେ ଛାଡିବାକୁ ମୋତେ କୁହାଯାଇଥିଲା । ତାଙ୍କର କରୋନା ପରୀକ୍ଷା ହୋଇଛି କି ନାହିଁ, ତାହା ମୁଁ ଜାଣିନାହିଁ ।’ ତେବେ ୟୁପି-ଦିଲ୍ଲୀ ସୀମାରେ ବସକୁ ଅଟକାଇ ପୋଲିସ ପଚରାଉଚରା ଜାରି ରଖିଛି ।

Get real time updates directly on you device, subscribe now.