fbpx

ପିକଅପ୍ ଓଲଟି ପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁ: ୨୧ ଯାତ୍ରୀ ଆହତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ଗୋଟିଏ ପିକଅପ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ବହୁ ଯାତ୍ରୀ ମୃତାହତ ହୋଇଛନ୍ତି । ମଧ୍ୟପ୍ରଦେଶରେ ଘଟିଛି ଏଭଳି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ଗାଡ଼ିଟି ୨୦ ଫୁଟ ତଳକୁ କ୍ଷେତ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କର ମୃତ୍ୟୁ ଘଟିବା ସହିତ ୨୧ ଯାତ୍ରୀ ପ୍ରାଣ ହରାଇଥିଲେ ।

ସୂଚନା ମୁତାବକ, ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଘରକୁ ଫେରୁଥିବା ସମୟରେ ଏହି ଅଘଟଣା ଘଟିଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସୂଚନା ପାଇଁ ଘଟଣାସ୍ଥଳରେ ଜିଲ୍ଲାପାଳ, ଏସପି, ଅତିରିକ୍ତ ଏସପି ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ହସ୍ପିଟାଲ ଯାଇ ଆହତ ଯାତ୍ରୀଙ୍କ ଅବସ୍ଥା ବିଷୟରେ ବୁଝିଥିଲେ । ଏହି ଦୁର୍ଘଟଣା ଖବର ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସମସ୍ତ ମୃତକଙ୍କ ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

Get real time updates directly on you device, subscribe now.