fbpx
BSKY SKY
BSKY SKY

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବଢ଼ିବ ଦିନର ତାପମାତ୍ରା, ଅନେକ ସ୍ଥାନରେ ବର୍ଷା ସମ୍ଭାବନା

BSKY

ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରା ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସହ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜିଠାରୁ ଉପକୂଳରେ ଦିନର ତାପମାତ୍ରା ବଢ଼ିବା ସହ ଭୁବନେଶ୍ୱରରେ ମାର୍ଚ୍ଚ ୩ରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥପଶୁପାଳକ କହିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତିରିଂରେ ସର୍ବାଧିକ ୪୭.୨ ମିମି, ରେଢ଼ାଖୋଳରେ ୪୨ ମିମି, ହିନ୍ଦୋଳରେ ୪୦ ମିମି, ବରଗଡ଼ରେ ୩୯ ମିମି ବର୍ଷା ହୋଇଥିଲା । ଏହା ବ୍ୟତୀତ କୋକସରା, ଧାନକୁଦ, ଡାବୁଗାଁ, ଖଜୁରୀପଦା, ହୀରାକୁଦ ସମେତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣୀ ବର୍ଷା ହୋଇଥିଲା । ଗୁରୁବାର ଓ ଶୁକ୍ରବାର ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହା ପରେ ୪ ତାରିଖ ଯାଏଁ ପାଗ ଶୁଖିଲା ରହିବ । ସେହିପରି ଆସନ୍ତା ୩ରୁ ୪ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ସେହିପରି ମାର୍ଚ୍ଚ ୧ ଓ ୨ ତାରିଖରେ ଦିଲ୍ଲୀର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ IMD ପକ୍ଷରୁ ୨ ଦିନ ପାଇଁ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରାଯାଇଛି ।

 

Get real time updates directly on you device, subscribe now.